ଦୁଷ୍କର୍ମ ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରେମ ସମ୍ପର୍କ ରଖି ଦୁଷ୍କର୍ମ ଅଭିଯୋଗ ରେ ଟି ଗୋବିନ୍ଦପୁର ଗ୍ରାମ ର ମଙ୍ଗଲ ନାୟକ ଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏ ନେଇ ୩୭୬/୨୨ ମାମଲା ରୁଜୁ କରିଥିବା ସୁଚନା ମିଳିଛି। ଘଟଣା ରୁ ଜଣାପଡ଼ିଛି ପ୍ରଥମେ ପ୍ରେମ ସମ୍ପର୍କ ଗଢିଉଠିଲା ପରେ ଦୁଷ୍କର୍ମ ତାପରେ ପ୍ରତାରଣା ଏ ଭଳି ଜଘନ୍ୟ କାଣ୍ଡ ଘଟିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ପାଟପୁର ଥାନା ଅନ୍ତର୍ଗତ ଟି ଗୋବନ୍ଦପୂର୍ ପଞ୍ଚାୟତ ଏକ ଗ୍ରାମ ଝିଅ ସହିତ ଟି ଗୋବିନ୍ଦପୁର ପଞ୍ଚାୟତ ମଙ୍ଗଲ ନାୟକ ଶାରୀରିକ ସମ୍ପର୍କ ରଖିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉକ୍ତ ଝିଅ ଘରେ ଵାପା ମାଆଙ୍କୁ ଜଣାଇବା ପରେ ଗାଁ ଗଛମୂଳେ ଭଦ୍ର ଲୋକ ମାନେ ବସି ଉଭୟେ ଝିଅ, ଯୁବକ ସହ ବାହାହେବା ପାଇଁ ସ୍ଥିର କରିଥିଲେ। କିନ୍ତୁ ମଙ୍ଗଲ ନାୟକ ରାଜି ହେଲା ନାହିଁ। ଭଦ୍ର ଲୋକ ଙ୍କ ନିଷ୍ପତି ଅନୁଯାୟୀ ପୀଡ଼ିତା ପାଟପୁର ଥାନା ରେ ଏତଲା ଦେଇଥିଲେ ।ଅଭିଯୋଗ କୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।