ଦୁଷ୍କର୍ମ କମିବ କେବେ ?

ସଂପ୍ରତି ସମାଜରେ ପ୍ରତିଦିନ ଦ୍ରୁତ ଗତିରେ ବଢିଚାଲିଛି  ଦୁଷ୍କର୍ମ । ଦେଶ ବ୍ୟାପୀ ଜନତାମାନଙ୍କ ମଧ୍ୟରେ ଚାଲିଛି ଗୋଟିଏ ଚର୍ଚ୍ଚା କେତେ ସୁରକ୍ଷିତ ନାରୀ । ଅନ୍ୟପଟେ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ପୋଲିସ ତରଫରୁ ଗଣଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରି ଜଖମ କରିଥିବା ବେଳେ ଦେଶବ୍ୟାପୀ ସ୍ୱାଗତ କରାଯାଉଥିବା ବେଳେ କିଛି ଲୋକ ଘଟଣାକୁ ସମ୍ପୁର୍ଣ୍ଣ ବିରୋଧ କରିଛନ୍ତି । ଏହି ଭଳି ରଫାଦଫା ମାମଲା ଚାଲୁ ରହିଥିବା ବେଳେ ପୁଣୀ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫ ଟି ଦୁଷ୍କର୍ମ ମାମଲା ପୋଲିସର ନିଦ ହଜାଇଦେଇଛି । ଏଥିସହ ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ବଢିଚାଲିଥିବା ବେଳେ ଗୃହମନ୍ତ୍ରାଳୟ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ନାରୀଟିଏ ରାସ୍ତାରେ ଯିବାକୁ ମଧ୍ୟ ଭୟ କରୁଥିବା ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ସରକାରୀ ଓ ବେସରକାରୀ ଓ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ଚାଲିବା ସହ କେନ୍ଦ୍ର ସରକାର ଦୁଷ୍କର୍ମ କାରୀ ଙ୍କ ବିରୋଦ୍ଧରେ ଦୃଢ ଆଇନ ଆଗତ କରିଥିବା ବେଳେ ମଧ୍ୟ ଦୁଷ୍କର୍ମ କାରୀ ମାନଙ୍କ ସଂଖ୍ୟା ଦ୍ୟତ ଗତିରେ ବଢିଚାଲିଛି । ଅନ୍ୟ ପଟେ ପ୍ରତୈକ ନାରୀ ମାନଙ୍କୁ ସୁରକ୍ଷିତ ଦେବା ନିମନ୍ତେ କର୍ଣ୍ଣାଟକ ପୁଲିସ ବିକଳ୍ପ ପନ୍ଥା ଆପଣାଇଛି । ଏପରିକି ରାତ୍ର ୧୦ ଠାରୁ ସକାଳ ୬ ମଧ୍ୟରେ ଯେ କୈାଣସି ମହିଳା ଓ ଯୁବତୀ ମାଗଣା ଟୋଲ ଫ୍ରି ନଂ ରେ କଲ୍ କରି ପୋଲିସର ସହାୟତା ନେଇ ନିଜର ଗନ୍ତବ୍ୟ ସ୍ଥଳିରେ ପହଞ୍ଚିପାରିବ ସେଥିପ୍ରତି କର୍ଣ୍ଣାଟକ ପୋଲିସ ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟକାରୀ କରିଛି । ସେହିପରି ପିଡିତା ମାନେ ଅଭିଯୋଗ ନିମନ୍ତେ ପୋଲିସ ନିକଟକୁ ଦୈାଡି ଦୈାଡି ନିରାଶ ହେଉଥିବାର ଖବର ଶୁଣିବାକୁ ମିଳୁୂଥିବା ବେଳେ ଯେ କୈାଣସି ଦୁଷ୍କର୍ମ ମାମଲା ଯେ କୈାଣସି ଥାନରେ ଏଫଆଇଆର ରଖି ତଦନ୍ତ କରିବା ସହ ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗଭର ହେବାକୁ ନିର୍ଦ୍ଦେଶ ଜାରୀ ହୋଇଛି । ଦୁଷ୍କର୍ମ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଏହାର ଅନ୍ତ କେବେ ଘଟିବ ଏହାର ବିକଳ୍ପ ବ୍ୟବସ୍ଥା କଣ ହେବା ଦରକାର ତାହା ବର୍ତ୍ତମାନ ସମୟରେ ଅନୁଧ୍ୟାନ କରିବା ଜରୁରୀ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ