ଦୁଷ୍କର୍ମ କଲା କ୍ୟାବ୍ ଚାଳକ

ହାଇଦ୍ରାବାଦ: କାର ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶନିବାର ପୁଲିସ ୩୨ବର୍ଷୀୟ ଟ୍ୟାକ୍ସି ଚାଳକକୁ ଗିରଫ କରିଛି। ପୀଡ଼ିତା ମହିଳା ଏବଂ ଅଭିଯୁକ୍ତ ସମାନ ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି। ଅଭିଯୁକ୍ତଜଣକ ଉକ୍ତ ମହିଳାଙ୍କୁ ତାଙ୍କ ଘରେ ଛାଡ଼ି ଦେବାକୁ କହି ଦୁଷ୍କର୍ମ ଭଳି ଅପରାଧ କରିଥିଲେ।ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ୨୩ବର୍ଷୀୟ ପୀଡ଼ିତା ହାୟାଥାବାଦ ଗାଁର ଏକ ମୋବାଇଲ୍ ଦୋକାନକୁ ସିମ୍ କାର୍ଡ କିଣିବାକୁ ଯାଇଥିଲେ, ଯେଉଁଠାରେ ଅଭିଯୁକ୍ତ ପୂର୍ବରୁ ଉପସ୍ଥିତ ଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ଚାର୍ଜ କରୁଥିଲେ। ମହିଳାଙ୍କୁ ଦେଖି ଅଭିଯୁକ୍ତ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ସହ ତାଙ୍କୁ ନିଜ କାରରେ ଘରେ ଛାଡ଼ିଦେବାକୁ କହିଥିଲେ। ଅଭିଯୁକ୍ତର ମନ ଭିତର କଥା ପୀଡ଼ିତା ଜାଣି ନପାରି ତାଙ୍କ ସହ ଯିବା ପାଇଁ ରାଜି ହୋଇଯାଇଥିଲେ। ଗାଁ ଆଡ଼କୁ ପ୍ରାୟ ତିନି କିଲୋମିଟର ଯିବା ପରେ ଅଭିଯୁକ୍ତ ଏକ ନିଛାଟିଆ ସ୍ଥାନରେ କାରକୁ ଅଟକାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଏଭଳି ଅପରାଧକୁ ବିିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଏକାଧିକ ଥର ଚାପୁଡ଼ା ମାରିଥିଲେ ବୋଲି ସେ କହିଛନ୍ତି। ତେବେ ଅନେକ ଚେଷ୍ଟା ପରେ ପୀଡ଼ିତା ଅଭିଯୁକ୍ତ କବଳରୁ ଖସି ଆଜି ପୁଲିସ‌ରେ ଅଭିଯୋଗ କରିଥିଲେ। ଏବେ ଅଭିଯୁକ୍ତ କ୍ୟାବ ଚାଳକକୁ ପୁଲିସ ଗିିରଫ କରିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ