ଦୁଷ୍ମର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ୨୦୦୯ ଅଂଚଳରେ ଘଟିଥିବା ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ସ୍ପେଶାଲ କୋର୍ଟ ବିଚାରପତି ଅମିତ୍ ସ୍ୱରୁପ କୁମାର ୧୫ ଜଣଙ୍କ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତି କରି ଅଭିଯୁକ୍ତ ବନମାଳି ନାୟକଙ୍କୁ ୭ ବର୍ଷର ଜେଲଦଣ୍ଡର ରାୟ ଶୁଣାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୦୯ ମସିହାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ କାହାକୁ ଜଣାଇଲେ ହତ୍ୟା ଧମକ ଦେଇଥିଲେ । ଅଭିଯୁକ୍ତ ବନମାଳି ନାୟକଙ୍କୁ ୭ ବର୍ଷର ଜେଲଦଣ୍ଡ ରାୟ ଶୁଣାଇବା ସହ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଏହି ମାମଲାକୁ ସରକାରୀ ଅତିରିକ୍ତ ପି ପି ଆରତି ପଟ୍ଟନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ