ଦୁହୁରିଆ ବଜା କମିଟି ପକ୍ଷରୁ ଦୋଳ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଦୁହୁରିଆସ୍ଥିତ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘ ପକ୍ଷରୁ ଦୋଳ ଉତ୍ସବ ପାଳିତ ଯାଇଯାଇଛି । ଏହି ଅବସରରେ ବିଭିନ୍ନ ମଠ ଓ ଧର୍ମୀୟ ଅନୁଷ୍ଠାନରୁ ବିମାନରେ ଆସିଥିବା ରାଧାକୃଷ୍ଣ ଯୁଗଳ ମୂର୍ତ୍ତୀଙ୍କୁ ଭୋଗଲାଗି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । କ୍ଷେତ୍ରବାସୀ ସାହୁ, ସନାତନ ମୁଦୁଲି, ଦାମୋଦର ଜେନା, ପ୍ରଣବ ମହାନ୍ତି, ମନୋଜ ବିଶ୍ୱାଳ, ଅଭୟ ସାହୁ, ପ୍ରଭାକର ସାହୁ, ମିଟୁ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।