ଦୂରଦୃଷ୍ଟି ବାର୍ଷିକ ଉତ୍ସବ ୨୩ରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଦୂରଦୃଷ୍ଟି ସାପ୍ତାହିକ ଖବରକାଗଜର ପଂଚମ ସ୍ୱନକ୍ଷତ୍ର ଉତ୍ସବ ଏବଂ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଡିସେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଦୂରଦୃଷ୍ଟିର ବାର୍ଷିକ ପତ୍ରିକା ଉନ୍ମୋଚନ ହେବା ସହ ଦୂରଦୃଷ୍ଟି ଖବରକାଗଜ କଲମକୁ ସାମାଜିକ ସଂଗ୍ରାମ ମାଧ୍ୟମ ଏବଂ କଲମକୁ ଅହିଂସା ସଂଗ୍ରାମର ମାର୍ଗଦର୍ଶକ ଭାବେ ଭାବୁଥିବାରୁ ପ୍ରତ୍ୟେକ ବର୍ଷ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁଙ୍କୁ ‘ଦୂରଦୃଷ୍ଟି କଲମ ସମ୍ମାନ’ରେ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ‘ଦୂରଦୃଷ୍ଟି ପ୍ରତିଭା ସମ୍ମାନ’ ‘ଦୂରଦୃଷ୍ଟି ସମାଜସେବୀ ସମ୍ମାନ’ ଓ ‘ଦୂରଦୃଷ୍ଟି ବନ୍ଧୁ ସମ୍ମାନ’ରେ ସମ୍ମାନିତ କରାଯିବ । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡ. ଦାମୋଦର ରାଉତ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଆଇଓସିଏଲ୍‌ର ନିର୍ଦ୍ଦେଶକ ସୁଦୀପ୍ତ କୁମାର ରାୟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଓ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ଅତିଥି ଭାବେ ଯୋଗଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ