ଦୂରାଭାଷ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଓଡ଼ିଶା ନବ ନିର୍ବାଚିତ ସରକାରଙ୍କ ଜନକଲ୍ଯାଣ ଯୋଜନା ବିକଶିତ ଗାଁ ,ବିକଶିତ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆଠାରେ ଏକ ବର୍ଣ୍ଣାଢ୍ଯ ପରିବେଶରେ ପୂର୍ବାହ୍ନ ୧୨ ଘଟିକା ସମୟରେ ଶୁଭ ଉଦଘାଟିତ ହୋଇଯାଇଛି ।ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଗାଁ ବିକାଶ ।ଯାହା ଫଳରେ ପଲ୍ଲୀ ରୁ ଦିଲ୍ଲୀ ବିକାଶ ସମ୍ଭବ ହୋଇପାରିବ । ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଆତ୍ମା ଗାଁ ରେ ଅଛି ।ଏହି ଲୋକ କଲ୍ୟାଣ ଦୂରାଭିମୁଖୀ ସରକାରଙ୍କ ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମୀଣ ଭିତ୍ତିଭୁମି ଏବଂ ଅର୍ଥନୀତି ସୁଦୃଢ଼ ହେବା ସହ ଗ୍ରାମୀଣ ତଥା ଦୁର୍ଗମ ଅଂଚଳରେ ଲୋକଙ୍କ ଜୀବନ ସୁଗମ ହୋଇପାରିବ ବୋଲି ଏହି ଯୋଜନାର ସରକାରଙ୍କର ମହତ ଉଦ୍ଦେଶ୍ୟ ରହିଛି ।ଏହା ସରକାରଙ୍କର ଉତ୍କର୍ଷ ଓଡିଶା-୨୦୩୬ ରେ ରୂପାନ୍ତରଣ ରେ ସହଯୋଗ କରିବା ସହ ନୂତନ ଦିଗଦର୍ଶନରେ ବାର୍ତା ହେବ ବୋଲି କହିଥିଲେ । ଏହି ଯୋଜନାରେ ୫ ବର୍ଷରେ ୫ କୋଟି ତଥା ପ୍ରତିବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକରଣ ପାଇଁ ଖର୍ଚ୍ଚ କରାଯିବାର ଲକ୍ଷ୍ୟ ରଖାଯାଇଛି ।ଏହି ଯୋଜନାରେ ଗ୍ରାମର ରାସ୍ତା,ନାଳ,ବିଦ୍ୟୁତ,ଭୋଗ ଘର,ଭାଗବତ ଟୁଙ୍ଗି, ବିଦ୍ୟୁତ୍, ଗୋଷ୍ଠୀ ଶୌଚାଳୟ,ପୋଖରୀ ସୌନ୍ଦର୍ଯ୍ୟ କରଣ, କଲ୍ୟାଣ ମଣ୍ଡପ, ଠାକୁର ଘର,ହରି ମଣ୍ଡପ, ପାଠାଗାର, ବୃକ୍ଷ ରୋପଣ ବାଦ୍ୟଯନ୍ତ୍ର, ସଚେତନତା କାର୍ଯ୍ୟକ୍ରମ, ଦୋକାନ ଗୃହ,ପାନୀୟ ଜଳ, ପୋଖରୀ ଖନନ, ମିନି ପାର୍କ,ବ୍ୟାୟାମ ଶାଳା, ହାଟ ପିଣ୍ଢି,ଖେଳ ପଡିଆ,ନୂତନ ଜଳାଶୟ ପ୍ରଭୃତି କରାଯିବା ର ବ୍ୟବସ୍ଥା ରହିଛି ।ଆଜିର ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଗାଁ , ବିକଶିତ ଓଡ଼ିଶା ଦୂରାଭାଷ କାର୍ଯ୍ୟକ୍ରମ ପାଇଁ ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ରମ,ଵିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସାଂସଦ ପ୍ରତିନିଧି ନବୀନ ରାମ,ଏବିଡିଓ ସୁରାଇ ମାର୍ଣ୍ଡୀ,ସିଡିପିଓ କୁଇଲି ମଣି ଟୁଡୁ,ବ୍ଳକ ଅଧ୍ୟକ୍ଷା ମିନତୀ ମହାନ୍ତ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସହକାରୀ ଯନ୍ତ୍ରୀ ଇଂ ଅଂଶୁମାନ ସାମଲ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଦାସ,ଅନ୍ୟ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ସମସ୍ତ ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ ।ବହୁ ସଂଖ୍ୟାରେ ମିଶନ ଶକ୍ତି ସଦସ୍ଯା ,ଏମିବିକେ,ସିଆରପି,ସଂଚାୟିକା ସଂଘ ଏବଂ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ଯାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମହିଳା ମାନେ କୁହାକୁହି ହେଉଥିଲେ ଏଭଳି ଜନକଲ୍ଯାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲେ ଆମ ଗାଁ ର ରୂପରେଖ ପରିବର୍ତ୍ତନ ହେବା, ମହିଳାମାନେ ଆର୍ଥିକ ସଶକ୍ତ ହେଵା ସହ ଆଗକୁ ଗାଁ ହସିବ ,ସୁନ୍ଦର ଦିଶିବ,ପରିବେଶ ସବୁଜମୟ, ମଧୁମୟ ଏବଂ ଆଧ୍ଯାତ୍ମମୟ ହେବ !


