ଦୂର୍ଗମ ଅଞ୍ଚଳରେ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ମାସ୍କ ବଣ୍ଟନ

ବେଲଗୁଣ୍ଠI,(ଶିବରାମ ଚୌଧୁରୀ):ସାରା ବିଶ୍ଵରେ କୋରନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକ୍ ଡ଼ାଉନ୍ ଅବଧିକୁ ରାଜ୍ୟ ପରେ କେନ୍ଦ୍ର ସରକାର ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି l ସାମାଜିକ ଦୂରତ୍ଵ କୁ ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି l ଦୁର୍ଗମ ଅଞ୍ଚଳରେ ମାସ୍କ ର ବ୍ୟବହାର କରିବା ଓ ସରକାରଙ୍କ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଗୋବରା ଏବଂ ଗାଙ୍ଗପୁର ଅଞ୍ଚଳର ସ୍ଵେଚ୍ଛାସେବୀ ସଂଗଠନ ନିଷ୍ପତି ନେଇଥିଲେ l ଏହା ସହ ଯୁବ ସ୍ଵେଚ୍ଛାସେବୀମାନେ ନିଜ ପକେଟ୍ ଖର୍ଚ୍ଚରୁ କାଟି ସେହି ଅର୍ଥରେ ଗାଙ୍ଗପୁର ନିକଟସ୍ଥ ଦୁର୍ଗମ ଅଞ୍ଚଳରେ ମାସ୍କ ବାଣ୍ଟିବା ପାଇଁ ସ୍ଥିର କରିଥିଲେ l ଆଜି ଯୁବ ସ୍ଵେଚ୍ଛାସେବୀ ପ୍ରଦ୍ୟୂମ୍ନ ପାତ୍ର, ସୂର୍ଯ୍ୟ ନାରାୟଣ ପାତ୍ର, ସନ୍ତୋଷ କୁମାର ବିଷୋୟୀ ଏବଂ ଶିଶିର କୁମାର ସ୍ଵାଇଁ ଗାଙ୍ଗପୁର ଥାନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଉସ୍ତପଲ୍ଲୀ ଏବଂ ପଦ୍ମପଲ୍ଲୀ ଗ୍ରାମର ଜନ ସାଧାରଣଙ୍କୁ ଘର ଘର ବୁଲି ମାସ୍କ ବାଣ୍ଟିବା ସହ ସାମାଜିକ ଦୂରତ୍ଵ ରକ୍ଷା କରିବା, ପୋଖରୀରେ ନ ଗାଧୋଇବା ଏବଂ ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ବାହାରକୁ ନଯାଇ ଘରେ ରହିବାକୁ ସଚେତନ କରିଥିଲେ l ଯୁବ ସ୍ଵେଚ୍ଛାସେବୀ ସଂଗଠନର ଏହି ପ୍ରୟାସକୁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିବା ସହ ସ୍ଵେଚ୍ଛାସେବୀମାନେ ମଧ୍ୟ ଏହି କାର୍ଯ୍ୟକୁ ଆଗାମୀ ଦିନରେ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ