ଦୂର୍ଗା ପୂଜା ପାଇଁ ପ୍ରସ୍ତୁତି ବୌଠକ 

(ଯୁଗାବ୍ଦ ନ୍ୟୁଜ) ଦୂର୍ଗା ପୂଜା ପ୍ରସ୍ତୁୁତି ନିମନ୍ତେ ସ୍ଥାନୀୟ ଉପଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ଥରୀୟ ବୌଠକ  ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଦୂର୍ଗା ପୂଜା କିଭଳି ଶାନ୍ତି ଶୃଙ୍ଖଳା ରେ ପାଳନ କରାଯିବ ସେଥିପାଇଁ ଏହି ବୌଠକ ରେ ବ୍ରହ୍ମପୁର ସହରରେ ସମସ୍ତ ପୂଜା କମିଟି ର ସଦସ୍ୟ ଙ୍କୁ ନିବେଦନ କରାଯାଇଥିଲା । ଏହି ବୌଠକ ରେ ୪୪ଟି ଗୋଟି ପୂଜା କମିଟି ର ସଭାପତି , ସଂପାଦକ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ , ବ୍ରହ୍ମପୁର ମଣ୍ଡଳ ଅଗ୍ନୀଶମ ଅଧିକାରୀ , ବିଏମସି ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ଉପଖଣ୍ଡ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଶାସନ ତରଫରୁ ପାଣି ଯୋଗାଣ, ବିଦ୍ୟୁତ କରଣ ଯୋଗାଇଦେବା ସମସ୍ତ ପୂଜା ମଣ୍ଡପରେ ସ୍ୱେଚ୍ଚା ସେବକ ରଖିବା ପାଇଁ ଅନୁରେ୍ାଧ କରିବା ସହ ଭସାଣି ପାଇଁ ୪ ଟି ଅସ୍ଥାୟୀ ପୋଖରୀ କରାଯିବ ଏବଂ ଟ୍ରାଫିକ ସମସ୍ୟା ଦୂରୀକରଣ ପାଇଁ ଏସଡିପିଓ ଙ୍କୁ ଅନୁରୋଧ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ