ଦୂର୍ଘଟଣାରେ ବାଇକ୍ ଚାଳକ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରବିବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଭାବନ୍ଦ – ଶିଖରପୁର ମଧ୍ୟବର୍ତ୍ତୀ ରାସ୍ତାରେ ଦୂର୍ଘଟଣା ଘଟି ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଡି.ପାଟପୁର ଗ୍ରାମର ଗାଣ୍ଡୁ ସ୍ବାଇଁ ବୋଲି ଜଣାପଡିଛି । ପ୍ରକାଶ ଯେ, ପୁରୁଷୋତ୍ତମପୁର ଠାରୁ ଏକ ଯାତ୍ରୀବାହୀ ଅଟୋ ନଂ – ଓଆର୦୭ ଏକ୍ସ ୬୫୭୨ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଡି ପାଟପୁର ଗ୍ରାମର ଗାଣ୍ଡୁ ବାଇକ୍ ନଂ – ଓଡି୦୭ଏପି ୩୯୦୬ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ଭାବନ୍ଦ – ଶିଖରପୁର ମଧ୍ୟବର୍ତ୍ତୀ ରାସ୍ତାରେ ମୁହାଁ ମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ସୂତ୍ରରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ