ଦୂର୍ଘଟଣା ଗ୍ରସ୍ତ ଚାଷୀକୁ ମେଡିକାଲରେ ଭର୍ତ୍ତିକରି ମାନବିକତା ଦେଖାଇଲେ ଜିଲ୍ଲାପାଳ

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ପ୍ରଶାସନିକ କ୍ଷେତ୍ରରେ କେବଳ ଅବଦାନ ନୁହେଁ ବରଂ ମାନବିକତା କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା େ ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଯାହାକୁ ନେଇ ସାଧାରଣ ଜନତା ଠାରୁ ଆରମ୍ଭ କରି ବୁଦ୍ଧୀଜିବି ମହଲରେ ମଧ୍ୟ ଭୁୟସୀ ପ୍ରଶଂସା କରାଯାଉଛି । ଜୁଲାଇ ମାସ ପ୍ରଥମ ସୋମବାର ଜିଲ୍ଲା କାର୍ଯ୍ୟାଳୟ ଅଭିଯୋଗ କରି୍ଥିଲେ । ଅଭିଯୋଗ ଶୁଣାଣି ପରେ ସଦର ବ୍ଲକ ଅନ୍ତର୍ଗତ ସାନମଶିଆ ପଞ୍ଚାୟତକୁ ଜନଶୁଣାଣୀ ପାଇଁ ଯାଉଥିଲେ । କୋଡିଗାଁ ନିକଟ ସାନମଶିଆ ଛକ ନିକଟରେ ଜଣେ ଯୁବକ ରକ୍ତ ରକ୍ତ ଯୁଡୁୁବୁଡୁ ଅବସ୍ଥାରେ ପଡିରହିଥିଲା । ଜିଲ୍ଲାପାଳ ଏହି ଘଟଣା ଦେଖି ଯୁବକ ଜଣକୁ ରାସ୍ତାରୁ ଉଦ୍ଧାର କରି ସାନମଶିଆ ମେଡିକାଲରେ ଭର୍ତ୍ତି କରିଥିଲେ । ପାଟିରୁ ରକ୍ତ ବାହାରିବାରୁ ସେ କିଛି କହିପାରୁନଥିଲେ । ଆହାତ ଯୁବକ ଜଣକ ପରିଚୟ ଦେବରାଗୁଡାର ଦେବରାଜ ମାଝୀ ବୋଲି ଜଣାପଡିଥିଲା । ସେ ପେଷାରେ ଜଣେ ଚାଷୀ । ଚାଷ କାର୍ଯ୍ୟକରି ସେ ତାଙ୍କର ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ସେ ନବରଙ୍ଗପୁର ସାପ୍ତାହିକ ହାଟରୁ ପରିବା ବିକି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏହି ଦୂର୍ଘଟଣା ଘଟିଥିବା ଜଣାପଡିଛି । ପାଟିରେ ଗଭୀର ଆଘାତ ଲାଗିଥିବାରୁ ଯୁବକ ଦୁର୍ଘଟଣାର କାରଣ କିଛି କହିପାରୁନାହାନ୍ତି । ଜନଶୁଣାଣି କରି ପୁଣି ଜିଲ୍ଲାପାଳ ଆହାତ ଯୁବକଙ୍କୁ ମେଡିକାଲକୁ ଯାଇ ଭେଟିଥିଲେ । ଆହାତ ଯୁବକଙ୍କ ଅବସ୍ଥା ଡାକ୍ତରଙ୍କୁ ପଚାରି ସଠିକ୍ ସମୟରେ ଆହାତଙ୍କୁ ମେଡିକାଲରେ ଭର୍ତ୍ତି କରିଥିବାରୁ ତାଙ୍କର ଜୀବନ ବଞ୍ଚିଯାଇଛି । ଚାଷୀଙ୍କ ପରିଚୟ ମିଳିବା ପରେ ତାଙ୍କ ପରିବାରଙ୍କୁ ଆଶା କର୍ମୀଙ୍କ ହାତରେ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ପହଞ୍ଚି ଜିଲ୍ଳାପାଳଙ୍କୁ ପ୍ରଂଶସା କରିବା ସହ ମେଡିକାଲରେ ଭର୍ତ୍ତିକରିଥିବାରୁ ତାଙ୍କର ଏହି ମାନବିକତା ପାଇଁ ଚାରିଆଡେ ଜିଲ୍ଲାପାଳଙ୍କ ମହାନତାକୁ ନେଇ ପ୍ରଂଶସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ