ଦୃଷ୍ଟିଶକ୍ତି କ୍ଷୀଣ କରେ ଚାଇନିଜ୍‌ ଖାଦ୍ୟ

ଯଦି ଆପଣ ଚାଇନିଜ ଖାଦ୍ୟ ବା ଫାଷ୍ଟଫୁଡ୍ ଖାଇବାର ସଉକ ରଖନ୍ତି ତାହା ହେଲେ ଏହି ଖବରଟିକୁ ଧ୍ୟାନ ଦେଇ ପଢ଼ନ୍ତୁ । ଯଦି ପଢ଼ିବା ବେଳେ ଦୃଷ୍ଟିଶକ୍ତି କମିବା ଭଳି ମନେ ହେଉଛି ତାହା ହେଲେ ଜାଣନ୍ତୁ ଏସବୁ ଚାଇନିଜ ଖାଦ୍ୟ ଖାଇବାର ଫଳ । କାରଣ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନିଜ ଖାଦ୍ୟ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ଉପରେ ଏହାର କୁପ୍ରଭାବ ପଡେ । ଏପରିକି ଏହାଦ୍ୱାରା ଦେଖିବା ଶକ୍ତି କ୍ଷୀଣ ହୋଇଯାଏ । ଜାପାନ ଗବେଷକମାନେ ମୂଷାଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ । ଯେଉଁଥିରୁ ଜଣାପଡୁଛି ଯେ ଏମଏସଜି ଆଖି ରେଟିନାକୁ ଖରାପ କରିପାରେ । ଏହି ଏମ୍ଏସଜି ଚାଇନିଜ ଖାଦ୍ୟରେ ଅଧିକ ମାତ୍ରାରେ ଥାଏ । ଗବେଷକମାନେ ଏହି ଗବେଷଣା ପାଇଁ ମୂଷାଙ୍କୁ ଚାଇନିଜ ଖାଦ୍ୟ ବା ଏମ୍ଏସଜି ମାତ୍ରା ଅଧିକ ଥିବା ଖାଦ୍ୟ ଖାଇବାକୁ ଦେଇଥିଲେ । କିଛି ମୂଷାଙ୍କୁ ଏହା ଅଧିକ ଓ ଆଉ କିଛି ମୂଷାଙ୍କୁ ସପ୍ତାହରେ ଥରେ ବା ଦୁଇଥର ଖାଇବାକୁ ଦେଇଥିଲେ । ଏପରି କରିବାର କିଛି ମାସ ପରେ ଦେଖାଗଲା ଅଧିକ ଚାଇନିଜ ଫୁଡ୍ ଖାଇଥିବା ମୂଷାଙ୍କ ରେଟିନା ପତଳା ହୋଇଯାଇଛି । ଏବେ ସେମାନଙ୍କ ଦୃଷ୍ଟିଶକ୍ତି କ୍ଷୀଣ ହୋଇଛି । ତେବେ ଏହାକୁ ଅଳ୍ପ ଖାଉଥିବା ମୂଷାଙ୍କ ଉପରେ ଏହାର କୁପ୍ରଭାବ ସେତେଟା ପଡିନାହିଁ । ଏ ସମ୍ପର୍କରେ ଗବେଷକଙ୍କ କହିବା କଥା ହେଲା ସପ୍ତାହକୁ ତରେ କିମ୍ବା ଦୁଇଥର ଚାଇନିଜ ଖାଦ୍ୟ ଖାଇବାଟା ଶରୀର ପଇଁ ସେତେ ହାନିକାରକ ନୁହେଁ । ତେବେ ଅଧିକ ମାତ୍ରାରେ ଏହାର ସେବନ ଜଣଙ୍କୁ ମେଦଗ୍ରସ୍ତ କରାଇବା ସହ ଆଖି ଉପରେ ବି କୁପ୍ରଭାବ ପକାଇଥାଏ । ବିଶେଷକରି ପୂର୍ବରୁ ଆଖି ଖରାପ ଥିବା ଲୋକେ ଏହି ଖାଦ୍ୟରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ