ଦୃଷ୍ଟିଶକ୍ତି ବଢ଼ାଏ ଟୋମାଟୋ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟବ୍ୟସ୍ତ ରହୁଥିବାବେଳେ ଫିଟ୍ ରହିବା ଜରୁରୀ ହୋଇପଡ଼ିଛି । ଭଲ ସ୍ୱାସ୍ଥ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଖାଇଥାନ୍ତି । ହେଲେ ଭିନ୍ନ ଭିନ୍ନ ପନିପରିବା ଓ ଫଳର ନିଜର ସ୍ୱତନ୍ତ୍ର ଉପକାରୀ ଗୁଣ ରହିଛି । ଖାଦ୍ୟରେ ସ୍ୱାଦ ବଢ଼ାଉଥିବା ଟମାଟୋ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇବା ସହ ପ୍ରାୟ ୫ ପ୍ରକାରର କ୍ୟାନ୍ସରଠାରୁ ମଧ୍ୟ ଦୂରେଇ ରଖିଥାଏ । ନିକଟରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି ।
ଦୃଷ୍ଟି ଶକ୍ତି ବୃଦ୍ଧି: ନିୟମିତ ଭାବେ ଟମାଟୋ ଖାଇଲେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ । କାରଣ ଏଥିରେ ଥିବା ଭିଟାମିନ-ଏ ଆଖି ପାଇଁ ଜରୁରୀ । ଏଥିସହ ଟମାଟୋରେ ଆଣ୍ଟି- ଅକ୍ସିଡାଣ୍ଟସ୍ ରହିଥିବାରୁ ଏହା ଆଖିର ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ ।
ହୃତ୍‌ପିଣ୍ଡକୁ ସୁସ୍ଥ ରଖେ: ଆଜିକାଲି ଖରାପ ଓ ବ୍ୟସ୍ତ ବହୁଳ ଜୀବନଶୈଳୀ ପାଇଁ ହୃଦ୍‌ଘାତ ସମସ୍ୟା ଦେଖାଦେବା ସାଧାରଣ କଥା ହୋଇଗଲାଣି । ନିଜ ଦୈନନ୍ଦିନ ଖାଦ୍ୟରେ ଟମାଟୋକୁ ସାମିଲ କଲେ ଏହା ହୃଦୟକୁ ସୁସ୍ଥ ରଖିଥାଏ । ଏକ ରିପୋର୍ଟ ଅନୁସାରେ ଯଦି ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଆପଣ ଟମାଟୋ ଖାଆନ୍ତି, ତେବେ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ସମସ୍ତ ରୋଗ କମ୍ ହୋଇଥାଏ ।
କ୍ୟାନସରରୁ ମୁକ୍ତି : ଟମାଟୋ ଖାଇବା ଦ୍ୱାରା ପ୍ରାୟ ୫ ପ୍ରକାରର କ୍ୟାନସର୍‌ଠାରୁ ମୁକ୍ତି ମିଳିଥାଏ । ଯଥା ଲଙ୍ଗ୍ସ, ପ୍ରୋଷ୍ଟେଟ, ଓଭାରିୟନ, ବୋନ ଓ ଷ୍ଟୋମାକ କ୍ୟାନ୍ସର । ଟମାଟୋରେ କ୍ୟାନ୍ସର ପ୍ରତିରୋଧକାରୀ ଲାଇକୋପିନ ମିଳିଥାଏ । ଏହା ହାଇ ଇଣ୍ଟେକ କ୍ୟାନ୍ସରରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ ।
ପାଚନ କ୍ରିୟା: ଅନିୟମିତ ଖାଦ୍ୟ ପାନୀୟ ଯୋଗୁ ବହୁ ଲୋକଙ୍କ ପାଚନ କ୍ରିୟା ସମସ୍ୟା ଦେଖାଦେଇଥାଏ । ଏଭଳି ଲୋକ ଟମାଟୋ ଖାଇଲେ ବହୁ ଲାଭ ମିଳିଥାଏ । ଏଥିରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ