ଦୃଷ୍ଟିହୀନ କଳାକାରଙ୍କୁ ଯୋଗାଇ ଦିଆଗଲା ସରକାରୀ ସହାୟତା

ବୁଗୁଡା (ଅନିଲ କୁମାର ମହାରଣା): ପୋଲସରା ନିର୍ବାଚନ ମଣ୍ଡଳୀର ୧୫ ଜଣ ମହିଳା ଓ ପୁରୁଷ ଦୃଷ୍ଟିହୀନ କଳାକାର ବୁଗୁଡା ବ୍ଲକ ବାଲିପଦର ମଙ୍ଗଳ ଦୀପ କଲୋନୀରେ ଦୀର୍ଘ ଦିନ ଧରି ରହି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଚନ କାର୍ଯ୍ୟକ୍ରମ କରି ଜୀବିକା ନିର୍ବାହ କରୁଥିଲେ। ଲକ ଡାଉନ ଘୋଷଣା ଯୋଗୁଁ ସେହି ଭିନ୍ନକ୍ଷମ ବ୍ୟକ୍ତିମାନେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିନପାରି ଅର୍ଦ୍ଧାହାରରେ ଦିନ କାଟୁଥିଲେ। ଏହି ଖବର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମହୋଦୟ ଜାଣିବା ପରେ ସଙ୍ଗେ ସଙ୍ଗେ ବୁଗୁଡା ତହସିଲଦାରବକୁ ଜଣାଇ ଦୃଷ୍ଟିହୀନ ମାନଙ୍କୁ ତୁରନ୍ତ ସହଯୋଗ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଚାଉଳ,ଡାଲି, ବିସ୍କୁଟ, ଚୁଡା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଭିନ୍ନକ୍ଷମ ମାନଙ୍କୁ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଓ କଲେଜ ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତରେ ପ୍ରଦାନ କରିଥିଲେ। ଏଥିସହ ଦୁର୍ଦ୍ଦିନରେ ଭିନ୍ନକ୍ଷମ କଳାକାର ମାନଙ୍କୁ ସହଯୋଗ କରିଥିବା ଯୋଗୁଁ ତହସିଲଦାର କଲୋନୀ ବାସିନ୍ଦାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ