ଦୃଷ୍ଟିହୀନ କ୍ରିକେଟ ଖେଳାଳୀ ଝିଲିକୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ
ହାଟଡିହି, (ବିକାଶ ବିଶ୍ୱାଳ):ଦୃଷ୍ଟିହୀନ କ୍ରିକେଟ ଖେଳାଳୀ ଝିଲିକୁ ସହାୟତାର ହାତ ବଢ଼ାଇଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ । ଏକ ଅଭାବ ଅସହାୟ ପିତୃମାତୃହୀନ ପରିବାରର ୧୩ବର୍ଷୀୟ ଝିଅ ଝିଲ୍ଲୀ ଏବେ ଅନ୍ତର୍ଜାତିକ କ୍ରିକେଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଖବର ଶୁଣି ଆଜି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନାଙ୍କ ନିର୍ଦ୍ଦେଶରେ ସଭାପତି ଉମାକାନ୍ତ ରାଉତ, ଟୁଇଟର ଗାର୍ଲ ଶ୍ରୀଲେଖା ଜେନା, ଧର୍ମେନ୍ଦ୍ର ମଲ୍ଲିକ, କିଶୋର ସିଂ ପ୍ରମୁଖ ଢ଼େଙ୍କା ପଞ୍ଚାୟତର ଝଣଝଣା ସ୍ଥିତ ବାସଭବନରେ ପହଞ୍ଚି ଝିଲିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କୁ ଡ୍ରେସ ଓ ପରିବାରର ଦୁଇ ମାସର ଚଳନି ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଯଦି ଅଧିକ କିଛି ସହଯୋଗର ଆବଶ୍ୟକତା ପଡେ ତେବେ ସମସ୍ତ ସହଯୋଗ କରିବାକୁ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ପ୍ରତିଶୃତି ଦେଇଥିବା ପ୍ରକାଶ କରିଛନ୍ତି ।


