ଦୃଷ୍ଟିହୀନ ବିଦ୍ୟାଳୟର ୪୨ତ୍ତମ ପ୍ରତିଷ୍ଠା ଦିବସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ରେଡକ୍ରସ ଦୃଷ୍ଟହୀନ ବିଦ୍ୟାଳୟର ୪୨ତ୍ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପରୁଦ୍ର ଶୁକ୍ଳ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ୍ଣଜେନା,ମୁଖ୍ୟ ବକ୍ତାଭାବେ ତ୍ରିଲୋଚନ ନାୟକ,ସମ୍ମାନିତ ଅତିଥି ଭାବେ ବନବାସୀ ସେବା ସମିତିର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,ଭଗବତୀ ପ୍ରସାଦ ସାବତ ପ୍ରମୁଖ ମଂଚାସୀନ ଥିଲେ । ଅତିଥି ମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ବିଶ୍ୱଜିତ ଜେନା କରାଇଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ କେକ କାଟିବା ସହ ବେଲୁନ ଫୁଟାଇଥିଲେ । ଏହି ବିଦ୍ୟାଳୟ ଛାତ୍ରଚାତ୍ରି ମାନେ ଏହି ବିଦ୍ୟାଳୟରେ ପଢି ୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଚାକିରି ସଜହ କରୁଛନ୍ତି ।ଏହି ବିଦ୍ୟାଳୟକୁ ସ୍ମାର୍ଟସ୍କୁଲରେ ସାମିଲ କରିବାକୁ ଛାତ୍ରଚାତ୍ରୀ ମହଲରେ ଦାବୀ କରିଛନ୍ତି ।ଛାତ୍ରଛାତ୍ରୀ ମାନେ ସ୍ୱାଗତ ଓ ଉଦଯାପନ ସଙ୍ଗିତ ଗାନ କରିଥିଲେ । ଖଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରଥିଲେ ।


