ଦୃଷ୍ଟିହୀନ ସ୍ତ୍ରୀ ପାଇଁ ବୃଦ୍ଧ ତିଆରି କଲେ ଫୁଲର ବଗିଚା

ଟୋକିଓ : ନିଜ ଜୀବନସାଥି ପାଇଁ କିଛି କରିବା ଲକ୍ଷ୍ୟ ରଖି ଜାପାନର ଜଣେ ବ୍ୟକ୍ତି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଶିତୋମୀ ସହରରେ ବାସ କରୁଥିବା ମିଷ୍ଟର କୁରୋକି ନିଜ ପତ୍ନୀଙ୍କ ପାଇଁ ଏକ ଫୁଲର ବଗିଚା ତିଆରି କରିଛନ୍ତି । ଏହି ବୃଦ୍ଧ ଜଣକ ନିଜର ଦୃଷ୍ଟିହୀନ ପତ୍ନୀଙ୍କୁ ଅବସାଦରୁ ମୁକ୍ତ କରିବା ଲାଗି ଏପରି କରିଛନ୍ତି । ରିପୋର୍ଟ ମୁତାବକ, ଦୁଇ ବର୍ଷ ତଳେ ମିସେଜ୍‌ କୁରୋକିଙ୍କ ଡାଇବେଟିସ୍‌ ଯୋଗୁ ଧୀରେ ଧୀରେ ଦୃଷ୍ଟିଶକ୍ତି ଚାଲିଯାଇଥିଲା । ଏହା ପରଠାରୁ ସେ ସର୍ବଦା ଅବସାଦରେ ରହୁଥିଲେ । ପରିବାର ପକ୍ଷରୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବୃଦ୍ଧା ଜଣକ ନିଜକୁ ସର୍ବଦା ଏକୁଟିଆ କେଠାରୀରେ ବନ୍ଦ କରିଦେଉଥିଲେ । ଏଥିରୁ ତାଙ୍କୁ ମୁକ୍ତ କରିବା ପାଇଁ ଶେଷରେ ମିଷ୍ଟର କୁରୋକି ଫୁଲର ବଗିଚା ତିଆରି କରିବା ଲାଗି ମନବଳାଇଲେ । ଏକାଠି ଦୁନିଆଁ ନ ଦେଖିପାରିଲେ ମଧ୍ୟ ଏକାଠି ସୃଷ୍ଟିକୁ ଉପଭୋଗ କରିପାରିବେ ବୋଲି ଭାବନା ନେଇ ଏହି ପୁଲ ବଗିଚା ତିଆରି କରିଥିଲେ । ଉଭୟ ୧୯୫୬ରେ ବିବାହ କରିଥିବା ବେଳେ ୬୪ବର୍ଷ ଏକାଠି ବିତାଇବା ପରେ ବିଶ୍ୱ ଭ୍ରମଣ କରିବେ ବୋଲି ଦୁହେଁ ସ୍ୱପ୍ନ ଦେଖିଥିଲେ । ମାତ୍ର ଏପରି ହୋଇପାରିନଥିଲା । ଶେଷରେ ମିଷ୍ଟର କୁରୋକି ପତ୍ନୀଙ୍କୁ ଫୁଲର ସୁନ୍ଦରତାକୁ ଏକାଠି ଅନୁଭବ କରିବା ଲାଗି ଏହି ବଗିଚା ତିଆରି କରିଥିବା କହିଛନ୍ତି । ବର୍ତ୍ତମାନ ମିସେସ୍‌ କୁରୋକି ଅଧିକାଂଶ ଏହି ବଗିଚାରେ ସମୟ କାଟୁଥିବା ସେ କହିଛନ୍ତି । ବର୍ତ୍ତମାନ ଏହା ପର୍ଯ୍ୟଟକଙ୍କର ମଧ୍ୟ ମନପସନ୍ଦର ସ୍ଥାନ ଭାବେ ଗଣାଗଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ