ଦୃଷ୍ଟି ଆକର୍ଷଣ କଲେ ପରିବେଶବିତ୍ ପୁତ୍ତିଗନ୍ଧମୟ ପରିବେଶରୁ ମୁକୁଳିଲେ ଅଞ୍ଚଳବାସୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୁଢ଼ କୁଢ଼ ବର୍ଜ୍ୟର ପାହାଡ଼, ପୁତ୍ତିଗନ୍ଧମୟ ଓ ଅସ୍ୱାସ୍ଥ୍ୟକର ପରିବେଶରୁ ମୁକୁଳିଛି ସ୍ମାର୍ଟନଗରୀ ଭୁବନେଶ୍ୱରର ୬୧ନଂ ୱାର୍ଡ ଅନ୍ତର୍ଗତ ଭୀମେଶ୍ୱରମାର୍ଗ ଅଞ୍ଚଳ । ସୂଚନାଯୋଗ୍ୟ, ଗତ ଶନିବାରଠାରୁ ବୁଧବାର ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରୁ ସଂଗୃହୀତ ବର୍ଜ୍ୟବସ୍ତୁ ଗୁଡ଼ିକୁ ରାସ୍ତା ପାଶ୍ୱର୍ରେ ଜନବସତି ଅଞ୍ଚଳରେ ସଫେଇ କର୍ମଚାରୀମାନେ ଗଦା କରି ଆସୁଥିଲେ । ପରିସ୍ଥିତି ଓ ପରିବେଶ ଏପରି ବିଗିଡ଼ିଯାଇଥିଲା ଯେ ଲୋକେ ଦୁର୍ଗନ୍ଧରେ ଅତିଷ୍ଠ ହୋଇ ଅଣନିଶ୍ୱାସୀ ହୋଇପଡ଼ିଥିଲେ । ଅଳିଆ ଉଠାଇବା ସମ୍ପର୍କରେ ସଫେଇ କର୍ମଚାରୀଙ୍କୁ କେହି ପଚାରିଲେ ଆମେ ଏ ବିଷୟରେ କିଛି କହିପାରିବୁ ନାହିଁ କହି ଚାଲିଯାଆନ୍ତି । ଧୀରେ ଧୀରେ ଏହି ଆବର୍ଜନାର ପାହାଡ଼ ରାସ୍ତା ଉପରକୁ ମାଡ଼ିଯାଇଥିଲା । ଆତଯାତ କରୁଥିବା ଲୋକେ ନାକରେ ରୁମାଲ୍ ଦେଇ ବହୁ କଷ୍ଟରେ ରାସ୍ତା ଅତିକ୍ରମ କରୁଥିଲେ । ଏଭଳି ପରିମଳ ଅବସ୍ଥା ଦେଖି ପରିବେଶବିତ୍ ସୁଶାନ୍ତ ସାହୁ ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ନିବେଦନ କରିଥିଲେ । କମିଶନର ସମସ୍ୟାଟିକୁ ତୁରନ୍ତ ବିଚାରକୁ ନେଇ କିଛି ସମୟ ମଧ୍ୟରେ ଅଞ୍ଚଳଟିକୁ ଆବର୍ଜନାରୁ ମୁକ୍ତ କରିଦେଇଥିଲେ । ଏ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିବା ସହ କମିଶନରଙ୍କ ତ୍ୱରିତ ପଦକ୍ଷେପକୁ ଜନସାଧାରଣ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ