ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଦଶମ ଶତାବ୍ଦୀ ର ଲଳିତ ମାଧବ ମୂର୍ତ୍ତୀ
ନିମାପଡ଼ା,(ସନ୍ତୋଷ କୁମାର ଦାଶ) ପ୍ରାଚୀ ଉପତ୍ୟକା ତୁଳସୀପୁର ପଞ୍ଚାୟତ ର ଚଉରାଶି ଗ୍ରାମ ମୁଣ୍ଡ ରେ ଏକ ଜଙ୍ଗଲ ମଧ୍ୟରେ ପୂଜା ପାଉଛନ୍ତି ଏକ କମନୀୟ ସୁନ୍ଦର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମାଧବ ମୂର୍ତ୍ତୀ। ଅତୀତ ରେ ଏଠାରେ ପୁଣ୍ୟତୋୟା ପ୍ରାଚୀ ନଦୀ ର ଏକ ଶାଖା ନଦୀ ଲଳିତା ପ୍ରବାହିତ ହେଉଥିଲା। ଲଳିତା ନଦୀ କୂଳରେ ଏହି ମାଧବ ମୂର୍ତ୍ତୀ ପୂଜା ପାଉଥିବା ରୁ ଏହାଙ୍କ ନାମ ଲଳିତ ମାଧବ ବୋଲି ସ୍ୱର୍ଗତ ଐତିହାସିକ ଶ୍ୟାମ ସୁନ୍ଦର ତ୍ରିପାଠୀ ତାଙ୍କ ଗେବେଷଣା ତ୍ମକ ଗ୍ରନ୍ଥ ବୁଦ୍ଧିଜୀମ ଆଣ୍ଡ ଅଦର ରିଲିଜିଅସ କଲ୍ଟସ ଅଫ ସାଉଥ ଇଷ୍ଟ ଇଣ୍ଡିଆ ରେ ପ୍ରକାଶ କରିଛନ୍ତି। ପୂଣ୍ୟତୋୟା ପ୍ରାଚୀ ଉପତ୍ୟକା ରେ ରହିଥିବା ପ୍ରସିଦ୍ଧ ଦ୍ଵାଦଶ ମାଧବ ମୂର୍ତ୍ତୀ ମଧ୍ୟରୁ ଏହା ଅନ୍ୟତମ ବୋଲି କହିଛନ୍ତି ପ୍ରାଚୀ ଗବେଷକ ଲକ୍ଷ୍ମୀଧର ସାହୁ। ଠାକୁର ଙ୍କ ପାଖରେ ଯାହା ମାନସିକ ରଖାଯାଏ ତାହା ସୁନିଶ୍ଚିତ ପୂରଣ ହୋଇଥାଏ ବୋଲି ଠାକୁର ଙ୍କ ପୂଜକ ଅମରେଶ୍ୱର ଗ୍ରାମ ର ଗଙ୍ଗାଧର ପାଣି ପ୍ରକାଶ କରିଛନ୍ତି। ଚାରିଛକ – ଅସ୍ତରଙ୍ଗ ମୁଖ୍ୟ ରାସ୍ତା ର ଅମରେଶ୍ୱର ଛକ ଠାରୁ ଉତ୍ତର ଦିଗରେ ପ୍ରାୟ ୨ କିମି ଦୂର ଗଲେ ପଡ଼େ ମନ୍ଦିର ମାଳିନୀ ଚଉରାଶି ଗ୍ରାମ। ଗ୍ରାମ ଆରମ୍ଭ ରେ ପଶ୍ଚିମ ଦିଗ ରେ ଏକ ବଣ ଭିତରେ ପ୍ରଭୁ ଲଳିତ ମାଧବ ପୂଜା ପାଉଛନ୍ତି। ପ୍ରାୟ ଦଶମ ଶତାବ୍ଦୀ ରେ ଠାକୁର ଏକ ବିଶାଳ ମନ୍ଦିରରେ ପୂଜା ପାଉଥିଲେ। କୌଣସି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମନ୍ଦିର ଟି ସମ୍ପୂର୍ଣ ଭାବେ ଭାଙ୍ଗି ମାଟିରେ ମିଶି ଯାଇଛି। ସେହି ମନ୍ଦିର ର ପଥର ସବୁ ଘଟଣାସ୍ଥଳ ରେ ଏଣେତେଣେ ପଡ଼ିଥିବା ଦେଖି ବାକୁ ମିଳେ। ମନ୍ଦିର ଟି ଧ୍ଵଂସ ପାଇ ଯାଇଥିବାରୁ ଏହି କମନୀୟ ସୁନ୍ଦର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମାଧବ ମୂର୍ତ୍ତୀ ଟି ଅବହେଳିତ ହୋଇଛି । ଠାକୁର ଙ୍କ ପାଇଁ ଏକ ମନ୍ଦିର ଟିଏ ନିର୍ମାଣ କରିବାକୁ ଗ୍ରାମବାସୀ , ପୂଜକ ଓ ଅଞ୍ଚଳବାସୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ରାଜ୍ୟ ପତ୍ନତତ୍ତ୍ବ ବିଭାଗ ତରଫରୁ ପ୍ରାଚୀ ତଟସ୍ଥ ମଠ ଓ ମନ୍ଦିର ଗୁଡ଼ିକର ଉନ୍ନତୀକରଣ ପାଇଁ ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅର୍ଥ
ମଞ୍ଜୁର କରିଛନ୍ତି।ଏହାର ୧ ଶହ ମିଟର ଦୂରରେ ସେହି ଗ୍ରାମ ରେ ଥିବା ବରାହୀ ମନ୍ଦିର ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ଗ୍ରାମବାସୀ ପ୍ରଭାତ କୁମାର ଦାଶ ସୂଚନା ଦେଇଛନ୍ତି ।ଏଣୁ ପ୍ରଭୁ ଲଳିତମାଧବ ଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ସ୍ଥାନୀୟ ଜନସାଧାରଣ ରାଜ୍ୟ ପତ୍ନତତ୍ତ୍ବ ବିଭାଗ ଓ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରିଛନ୍ତି ।