ଦୃଢ଼ ଇଚ୍ଛାଶକ୍ତି ବଳରେ ମହିଳାମାନେ ନିଜକୁ ସଶକ୍ତ କରିପାରିବେ

କଟକ : ଦୃଢ଼ ଇଚ୍ଛାଶକ୍ତି ବଳରେ ହିଁ ମହିଳାମାନେ ନିଜକୁ ସଶକ୍ତ କରିପାରିବେ ବୋଲି ଆନ୍ତର୍ଜାତିକ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଗୋଲ ଟେବୁଲ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ଅତିଥି ମତ ବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଶୁକ୍ରବାର ଅପରାହ୍ଣରେ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ “ସାମାଜିକ ଓ ଆର୍ଥିକ ସଂସ୍କାର ପାଇଁ ମହିଳା ସଶକ୍ତିକରଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ମତ ରଖି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ସ୍ମୃତିପ୍ରଭା ଦାସ କହିଥିଲେ ଯେ, ଦୃଢ଼ ଇଚ୍ଛା ଶକ୍ତି ହିଁ ନାରୀକୁ ତାହାର ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ସହାୟତା କରିବ । ଫଳରେ ସେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିବ ।
ଏଥିରେ ଯୋଗଦେଇ ବିଶିଷ୍ଟ ଲେଖିକା ଡଃ ଲକ୍ଷ୍ମୀ ଚାନ୍ଦ କହିଥିଲେ ଯେ, ଗ୍ରାମାଂଚଳ ମହିଳାମାନଙ୍କ ଆର୍ଥିକ ବିକାଶରେ ସ୍ୱଂୟ ସହାୟକ ଗୋଷ୍ଠୀଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବାର ଆବଶ୍ୟକତା ରହିଛି । ବିଶିଷ୍ଟ କ୍ରୀଡାବିତ ଅନୁରାଧା ବିଶ୍ୱାଳ ଏଥିରେ ଯୋଗଦେଇ ମହିଳାମାନେ ନିଜର ହିନମନ୍ୟତା ଦୂର କରି ନିରବଛିନ୍ନ ଉଦ୍ୟମ ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଂଚିପାରିବେ ବୋଲି କହିଥିଲେ । ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ଲେଖିକା ତଥା ସମାଜସେବୀ ଡଃ ଇତିରାଣୀ ସାମନ୍ତ କହିଥିଲେ ଯେ, ମହିଳା ସଶକ୍ତିକରଣ ଚେତନା ଭାରତୀୟ ସଂସ୍କୃତିର ଏକ ଅଂଶବିଶେଷ । ପୁରାଣ ଓ ମହାଭାରତର ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ଅନୁପ୍ରାଣୀତ ହୋଇ ମହିଳାମାନେ ନିଜ ସାଧନାରେ ବ୍ରତୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ଲୋକପ୍ରିୟ ଚଳଚିତ୍ର ତାରକା ଅନୁ ଚୌଧୁରୀ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି କ୍ଷେତ୍ରରେ ମହିଳାମାନଙ୍କ ଆୟ ବୃଦ୍ଧିରେ ବୈଷୟିକ ଜ୍ଞାନର ଉପଯୋଗ ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅଂଶଗ୍ରହଣ କରି ଅନ୍ୟତମ ସଫଳ ମହିଳା ଶିଳ୍ପଦ୍ୟୋଗୀ ଡ. ଚିଦାତ୍ମିକା ଖଟୁଆ ବିଶେଷଭାବେ ଆଦିବାସୀ ମହିଳାମାନଙ୍କ କର୍ମ ନିପୁଣତାର ସ୍ୱୀକୃତି ଉପରେ ଗୁରୁତ୍ୱାରୋପ କରିଥିଲେ । ଭୁବନେଶ୍ୱରସ୍ଥିତ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମାଜସେବୀ ଲିଙ୍କନ ସୁବୁଦ୍ଧି, ବିଶିଷ୍ଟ ଗାୟିକା ଅନ୍ତରା ଚକ୍ରବର୍ତୀ ଓ କବି ତଥା ବୁଦ୍ଧିଜୀବୀ ଡଃ ହୁସେନ ରବି ଗାନ୍ଧୀ ଉଦ୍‌ବୋଧନ ଦେଇ ଆନ୍ତର୍ଜାତିକ ମହିଳା ଦିବସର ତାତ୍ପର୍ଯ୍ୟ ଓ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟ ଗଣ ଯୋଗାଯୋଗ ଅଧିକାରୀ ଡଃ ପ୍ରଦୀପ କୁମାର ଚୌଧୁରୀ ଏହି ଆଲୋଚନା ଚକ୍ରରେ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । ଏଥିରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ବିଭିନ୍ନ ପ୍ରଶ୍ନର ଉତର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ