ଦେଉଳତରା ପଂଚାୟତ ଖାଉଟି ଡିଲରଙ୍କ ବିରୋଧରେ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗ୍ରାମପଂଚାୟତରେ ଦୀର୍ଘ ୨୦ବର୍ଷଧରି ରହିଆସିଥିବା ଖାଉଟି ଡିଲରଙ୍କ ଅନୀୟମିତତା ବିରୋଧରେ ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇସେହି ଖାଉଟି ଡିଲର ପୁରୁଷୋତ୍ତମ ଦାସ ସଂପ୍ରତି କରୋନା ମହାମାରୀ ସମୟରେ ରାସନ ସାମଗ୍ରୀ ବଂଟନରେ ଅନୀୟମିତତା କରି ରାସନକାର୍ଡ ର ମୁଣ୍ଡପିଛା ୫କିଲୋଗ୍ରାମ ଚାଉଳ ଓ ଗହମ ଦେବା ବଦଳରେ ୪କିଲୋଗ୍ରାମ ରାସନ ସାମଗ୍ରୀ ଓ କିରୋସିନ ୨ଲିଟର ସ୍ଥାନରେ ୧ଲିଟର ୫ଶହ ମିଲିଲିଟର ଖାଉଟିମାନଙ୍କୁ ପ୍ରଦାନ କଲେ । ଖାଉଟିମାନେ ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକଚମକ ଦେଉଥିଲେ ସଂପୃକ୍ତ ଡିଲର । ଏ ସମ୍ପର୍କରେ ରାସନକାର୍ଡଧାରୀ ୬୦ରୁ ଉର୍ଦ୍ଧ୍ୱ ଖାଉଟିମାନେ ରାଜକନିକା ବିଡିଓଙ୍କୁ ଗତ ମଇମାସ ୪ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ । ସେମାନେ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଗତ ମଇମାସ ୮ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ବେସାମରିକ ଯୋଗାଣ ଅଧିକାରୀଙ୍କୁ ସେହି ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁଯାଇ ବେସାମରିକ ଯୋଗାଣ ଅଧିକାରୀ (ସିଏସଓ) ଏବଂ ରାଜକନିକା ବ୍ଲକର ମାର୍କେଟିଂ ଇନିସପେକ୍ଟର ଅଭିଯୋଗକାରୀଙ୍କୁ ନଜଣାଇ ଦିନେ ସନ୍ଧ୍ୟାରେ ସଂପୃକ୍ତ ଡିଲରଙ୍କ ଘରେ ପହଁଚି ଗୁପ୍ତରେ ତଦନ୍ତ କଲେ ଓ ଡିଲରଙ୍କ ସମର୍ଥକଙ୍କୁ ଡକାଯାଇ ତାଙ୍କଠାରୁ ମତାମତ ନେଉଥିଲେ । ଏ ସମ୍ପର୍କରେ ଖବର ପାଇ ଅଭିଯୋଗକାରୀମାନେ ଘଟଣାସ୍ଥଳରେ ପହଁଚି ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ମତାମତକୁ ସଂପୃକ୍ତ ତଦନ୍ତକାରୀ ଅଧିକାରୀ ଲିପିବଦ୍ଧ କରିନଥିଲେ । କହିଥିଲେ ଯେ ସନ୍ଧ୍ୟା ହେଲାଣି ଅନ୍ୟଦିନେ ତଦନ୍ତ ହେବ ଏହାକହି ସେଠାରୁ ପଳାଇଆସିଥିଲେ ବୋଲି ଅଭିଯୋଗ ହୋଇଛି । କିନ୍ତୁ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶନିବାର ପୂନର୍ବାର ଖାଉଟିମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ତାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ସଂପୃକ୍ତ ଦୁର୍ନିତୀଖୋର ଡିଲରଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମାରୁତି ବାରିକ, ପ୍ରଦିପ ଦାସ, ଖଗେଶ୍ୱର ମଲ୍ଲିକ, ମନୋଜ ଦାସ, ବିନୟ ବାରିକ, ପ୍ରସନ୍ନ ବାରିକ, ନକ୍ଷୁଣ ଦାସ, ଚିତରଞ୍ଜନ ବାରିକ, ସଚିକାନ୍ତ ଦାସ, ଗଗନ ବାରିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସେମାନଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ