ଦେଓପଦାରେ ମେଳଣ ଉତ୍ସବ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଓପଦା ଠାରେ ଆଜି ମେଳଣ ଉତ୍ସବ ଉଦଯାପିତ ହୋଇଯାଇଛି । ମେଳଣ କମିଟି ପକ୍ଷରୁ ସୁସଜ୍ଜିତ ବିମାନକୁ କମିଟି ପକ୍ଷରୁ ସ୍ୱାଗତ କରାଯାଇ ନାମ ସଂଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ପରେ ରାଧାକୃଷ୍ଣଙ୍କୁ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ମେଳଣ କମିଟି ପକ୍ଷରୁ ହରିହର ରାଉତ, ଉଦୟନାଥ ରାଉତ, ଖଗେଶ୍ୱର ଜେନା, ପଞ୍ଚାନନ ଜେନା, ସଂଗ୍ରାମ ସାହୁ, ଶଶିଭୂଷଣ ଜେନା, ବିନୋଦ ବିହାରୀ ରାଉତ, ରାଜକିଶୋର ଜେନା, ବିଦ୍ୟାଧର ଜେନା, ବୈଲୋଚନ ଜେନା, ରମେଶ ଜେନା ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ । ସେହିପରି ମଞ୍ଜୁରୀରୋଡ ମେଳଣ ମଧ୍ୟ ଗୁରୁବାର ଉଦଯାପିତ ହୋଇଯାଇଛି ।


