ଦେଓପଦା ମେଳଣ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଦେଓପଦା ଠାରେ ସାର୍ବଜନୀନ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ୍ଦାଳୋ ଓ ବନସ୍ତା ସହିତ ଅନ୍ୟାନ୍ୟ ଗ୍ରାମରୁ ଠାକୁର ବାଡ଼ିଆ ମାନେ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ  ପଟୁଆରରେ ଆସି ମେଳଣ ପଡ଼ିଆ ଠାରେ ଉପସ୍ଥିତ ହୋଇଥିଲେ। ସେଠାରେ ମଧ୍ୟ ପୂଜା କମିଟି ପକ୍ଷରୁ ଭାବ ଭକ୍ତିର ସହିତ ଯୁଗଳ ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ରଙ୍ଗ ଖେଳ ଅନୁଷ୍ଠିତ ହୋଇଥିଲା। ଆଖପାଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ଆୟୋଜିତ ଉତ୍ସବକୁ ହରିହର ରାଉତ, ଉଦୟନାଥ ରାଉତ, ବିଶ୍ୱନାଥ ସାହୁ, ଖଗେଶ୍ୱର ଜେନା, ପଞ୍ଚାନନ ଜେନା, ଶଶୀଭୂଷଣ ଜେନା, ବିନୋଦ ବିହାରୀ ରାଉତ, ବାବାଜୀ ଚରଣ ରାଉତ, ବିଦ୍ୟାଧର ଜେନା, ଯଦୁନାଥ ଜେନା, ପଦ୍ମନାଭ ଜେନା, ରବିନ୍ଦ୍ର ରାଉତ, ରମେଶ ଚନ୍ଦ୍ର ଜେନା, ବୈଲୋଚନ ଜେନା ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ