ଦେଢ଼ବର୍ଷ ଧରି ସ୍କୁଲରେ ଅନୁପସ୍ଥିତ ଶିକ୍ଷକ ନିଲମ୍ବିତ

ନବରଙ୍ଗପୁର,(ୱାଇଏନଏସ):ଦେଢ ବର୍ଷ ଧରି ସ୍କୁଲରେ ଅନୁପସ୍ଥିତ ଥିବା ଜଣେ ଶିକ୍ଷକଙ୍କୁ ବିଭାଗ ପକ୍ଷରୁ ନିଳମ୍ବିତ କରାଯାଇଛି। ସେ ହେଲେ ପାପଡାହାଣ୍ଡି ହିଲିଂ ୟୁପିସ୍କୁଲ ର ସହକାରୀ ଶିକ୍ଷକ ଚରଣ ସିଂ ହରିଜନ। କାର୍ଯ୍ୟାରେ ଚରମ ଅବହେଳା କାରଣରୁ ଜିଲ୍ଲାଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ନିର୍ଦ୍ଦେଶରେ ବିଇଓ ସୌମେନ୍ଦ୍ର ଭୌମିକ ତାଙ୍କୁ ନିଳମ୍ବିତ କରିଛନ୍ତି। ନିଲମ୍ବନ ଆଦେଶ ପାଇବା ସଙ୍ଗେ ସଙ୍ଗେ ପାପଡାହାଣ୍ଡି ବିଇଓ କାର୍ଯ୍ୟାଳୟରେ ଯୋଗଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଯୋଗ୍ୟଯେ, ବିଭାଗୀୟ ଅଧିକାରୀଙ୍କ ବିନା ଅନୁମତିରେ ଶିକ୍ଷକ ଶ୍ରୀ ହରିଜନ ରେଗୁଲାର ବିଏଡ କରିବା ଲାଗି ୨୦୨୩ ଜୁଲାଇ ୨୭ରୁ ସ୍କୁଲରେ ଅନୁପସ୍ଥିତ ରହିଛନ୍ତି। ସ୍କୁଲ ରେ ଅନୁପସ୍ଥିତ ଥିବା ସତ୍ୱେ ସେ ଗତ ସାଧାରଣ ନିର୍ବାଚନରେ ତାଙ୍କୁ ଡାବୁଗାଁ ମଣ୍ଡଳୀର ୨୨୩ ନଂ 24ର ବିଏଲଓ ଦୟିତ ଦିଆଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ ।ତେବେ ସେ ବିଏଲଓ ଦାଇତ୍ଵ ରେ ଥିବା ଯୋଗୁଁ ୬୦ ପ୍ରତିଶତ ଭାବେ ୪୨୦୦ ଟଙ୍କା ପାଇଛନ୍ତି ଇଂ ଆଉ ୪୦ ପ୍ରତିଶତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଯିବ ବୋଲି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଜଣାପଡିଛି। ଦୀର୍ଘ ଦେଢବର୍ଷ ଧରି ତାଙ୍କ ଖୋଜ ଖବର ବିଭାଗ ନିକଟରେ ନଥିଲା । କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଶିକ୍ଷକ ଜଣଙ୍କ ଦେଢ ବର୍ଷ ଧରି ବିଦ୍ୟାଳୟକୁ ନଆସି ଅବହେଳା କରିଥିବା ଜଣାପଡିଥିଲା। ଏହାପରେ ବିଇଓ ଶିକ୍ଷକଙ୍କୁ ନିଳମ୍ବିତ କରିଛନ୍ତି। ଦେଢବର୍ଷ ଧରି ଜଣେ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି I ବ୍ଳକ ଶିକ୍ଷା ବିଭାଗର ତଦାରଖକାରୀ ଅଧିକାରୀଙ୍କ ଅପାରଗତା ନା ଜାଣିଶୁଣି ଘଟଣାକୁ ଚାପି ଦିଆଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କ୍ରମରେ ବୃକସ୍ତରୀୟ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ