ଦେବଗିରି ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ପର୍ଯ୍ୟଟକଙ୍କ ଆକୃଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଅନେକ ପର୍ଯ୍ୟଟନ ସ୍ଥଳୀ ଥିଲେ ମଧ୍ୟ ମନୋରମ ପରିବେଶ ବିଭିନ୍ନ ଔଷଧୀୟ ବୃକ୍ଷ ପ୍ରକୃତିକ ନୌସିଗିକ ସୁନ୍ଦରତା ଶାନ୍ତି କୋମଳ ଶୀତଳ ସମୀରର ଅନୁଭୂତି ହେଉଛି ଦେବଗିରି ପାହାଡ଼ର ବୌସିଷ୍ଟତା।ଏତ୍ୟହାସିକ ପୌରାଣିକ ଓ ପ୍ରକୃତିର ସବୁଜିମାରେ ସମାବେଶ ଏହି ପର୍ଯ୍ୟଟନ ସ୍ଥଳୀର ସାନିଧ୍ୟ ନିଆରା।ପ୍ରତିବର୍ଷ ଏହି ମନୋରମ ପରିବେଶ ତଥା ଶୀତଋତୁରେ ଖ୍ରୀଷ୍ଟିୟାନ ମାନଙ୍କ ପ୍ରାର୍ଥନା ସଭା ନିମନ୍ତେ ହଜାର ହଜାର ଖ୍ରୀଷ୍ଟଧର୍ମୀ ମାନଙ୍କୁ ନେଇ ଦେବଗିରି ପାହାଡ଼ ଶିଖରେ ସଭା ଅନୁଷ୍ଠିତ ହୋଇଥାଏ।ସେହିପରି ହିନ୍ଦୁ ଧର୍ମର ଅନେକ ଶ୍ରଦ୍ଧାଳୁ ମଧ୍ୟ ଦେବଗିରି ପାହାଡ଼କୁ ପବିତ୍ର ସ୍ଥାନ ମାନି ବହୁ ସଂଖ୍ୟାରେ ଏହି ଜାଗାକୁ ପୂଜା କରିବା ସହ ବୁଲିବାକୁ ନିମନ୍ତେ ଯାଇଥାନ୍ତି।ଦେବଗିରି ପାହାଡ଼ର ନାମ ଅନୁସାରେ ଗୁମ୍ମା ବ୍ଲକରେ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଗଜପତି ମହୋତ୍ସବର ନାମ ପରିବର୍ତ୍ତନ ଦେବଗିରି ମୋହତ୍ସବ ରଖାଯାଇଛି।କିମ୍ବଦନ୍ତୀ ଅନୁସାରେ ଦେବତା ମାନଙ୍କ ଆଶ୍ରୟସ୍ଥଳୀ ହୋଇଥିବାରୁ ଏହି ପାହାଡ଼ର ନାମ ଦେବଗିରି ରଖା ଯାଇଛି।ପାଣ୍ଡବ ଗଣ ବନବାସ ସମୟରେ ଏହି ପାହାଡ଼ରେ ରହିଥିଲେ ବୋଲି ମଧ୍ୟ କିମ୍ବଦନ୍ତୀ କୁହେ ତଥା ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ କରନ୍ତି।ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ଅଭିଯୋଗ କରାଯାଇଥିଲା।ଠିକ ଏକ ମାସ ମଧ୍ୟରେ ଶ୍ରୀ ପାଣ୍ଡିଆନ ଦେବଗିରି ପାହାଡ଼ ଉନ୍ନତି ନିମନ୍ତେ ୧କୋଟି ୨୨ଲକ୍ଷ୍ୟ ଟଙ୍କା ମଞ୍ଜୁର କରିଛନ୍ତି।ସରକାର ଯଦି ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଏହାର ସୌଧର୍ୟ୍ଯ ଓ ରକ୍ଷଣାବେକ୍ଷଣ କରିବେ ତାହେଲେ ପର୍ଯ୍ୟଟକଙ୍କ ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଆୟ ବୃଦ୍ଧି ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଏନେଇ ଗୁମ୍ମା ବ୍ଲକ ତରଫରୁ ମଧ୍ୟ ସିଏମଏସ ଓ ଜିଆଇ ଫୋଣ୍ଡରୁ ୨୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯିବା ସହ ଗମନା ଗମନ ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ବିଡ଼ିଓ ଅନୁପ ଅଭିଷେଖ ବେହେରା।


