ଦେବଗୁରୁ ଗ୍ରହରାଜ ବୃହଷ୍ପତିଙ୍କ ଚଳନ
ଚଳିତ ବର୍ଷ ନଭେମ୍ବର ୪ତାରିଖ ନିଶାନ୍ତ ୫ଘ୧୬ମି(୫୮ଦ ୩୪ଲି) ସମୟେ ବୃହଷ୍ପତି ବିଛା ରାଶିରୁ ମୂଳା ନକ୍ଷତ୍ର ଧନୁ ରାଶିକୁ ଚଳନ ହୋଇ ୧ବର୍ଷ ୧ମାସ ପର୍ଯ୍ୟନ୍ତ ରହିବେ । ଏହା ଏକ ବିରଳ ମହାଜାଗତିକ ଚଳନ ଅଟେ । ମୂଖ୍ୟତଃ ଶାସ୍ତ୍ର ଅନୁସାରେ ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶିଗୁଡିକୁ ଅଧିକ ଶୁଭଫଳ ମିଳିବ ମାତ୍ର ଚଳନ ସମୟେ ଚନ୍ଦ୍ରଶୁଦ୍ଧି ଶୁଭାଶୁଭ ଅନୁଯାୟୀ ବୃଷ, ର୍କକଟ, କନ୍ୟା, ଧନୁ, ମକର ଓ ମୀନ ଆଦି ରାଶିଙ୍କର କ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତଯୋଗ ରହିବ । ନକ୍ଷତ୍ର ଅନୁଯାୟୀ ମୂଖ୍ୟତଃ ୧,୨,୩,୪,୫,୧୬,୧୭,୧୮,୨୩,୨୪,୨୫ ଓ ୨୬ ନକ୍ଷତ୍ର ଗୁଡିକ ଶୁଭଫଳ ପ୍ରାପ୍ତ ହେବେ ।
ସେହି କ୍ରମରେ ଦେଶ, ବିଦେଶ, ରାଜ୍ୟରେ ବହୁ ପରିବର୍ତନ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏଥିରେ ମୂଖ୍ୟତଃ ଓଡ଼ିଶାର ରାଶି କର୍କଟ, ଷଷ୍ଟସ୍ଥ ଓ ମୁଖିଆଙ୍କର ସ୍ୱ-ଦଳର ଅତି ଅଶୁଭ ସ୍ଥାନରେ ବୃହଷ୍ପତି ଅବସ୍ଥାନ କରିବେ ତେଣୁ ଦେବଗୁରୁଙ୍କ ପ୍ରଭାବରେ ରାଜନୈତିକ ଦଳ ମଧ୍ୟରେ କନ୍ଦଳ ଦେଖାଦେବ, ଅନ୍ତଃକନ୍ଦଳ ଭାତ୍ରୁ ବିବାଦ ବଢିବ, ଦଳୀୟ କର୍ମୀମାନେ ଅସନ୍ତୋଷ ସୃଷ୍ଟି କରିବେ, ମନ୍ତ୍ରୀମଣ୍ଡଳରେ ଆଶାବର୍ହିତ ପରିବର୍ତନ ହେବ ଓ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସଂଖ୍ୟା ବୃଦ୍ଧି ପାଇବ ଫଳତଃ ବିରୋଧିଙ୍କ ପତିଆରା ବୃଦ୍ଧି ପାଇବ । ଯାହାର ଫାଇଦା ବିରୋଧି ଦଳ ନେବେ । ରାଜ୍ୟ ମୁଖିଆଙ୍କ ମାନସିକ କଷ୍ଟ ବଢ଼ିବ ମାତ୍ର ଏସବୁ ସମସ୍ୟା ଭିତରେ ଗତିକଲେ ମଧ୍ୟ ମୁଖିଆଙ୍କର ସପ୍ତମସ୍ତ ଶୁଭ ବୃହଷ୍ପତି ଅବସ୍ଥାନ ଫଳରେ ନିଜର ଶାସନ ଗୋଟିକୁ ସୂଚାରୁ ରୂପେ ତୁଲାଇ ବାରେ ସକ୍ଷମ ହେବେ । ଏହି କ୍ରମରେ ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଶି ବିଛା ଦ୍ୱିତୀୟରେ ଅତିଶୁଭ ତଥା ଧନ ଗୃହରେ ବୃହଷ୍ପତି ଥିବାରୁ ବିଦେଶୀ ପୁଞ୍ଜି ବିନିଯୋଗତ ବୃଦ୍ଧି ହେବା ସହିତ ଦେଶର ଆର୍ଥିକ ସ୍ଥିତିରେ ଅନେକ ସୁଧାର ପରିଲିକ୍ଷିତ ହେବ ଓ ସ୍ୱାଧିନ ଭାରତର ରାଶି ମଧ୍ୟ କର୍କଟ ତେଣୁ ସରକାରଙ୍କୁ ବିରୋଧି ଦଳ ସହିତ ବାହ୍ୟ ଶତୃଙ୍କ ପକ୍ଷରୁ ବିରୋଧର ସମ୍ମଖିନ ହେବାକୁ ପଡିବ । ଆର୍ଥିକ ସୁଧାର କ୍ଷେତ୍ରରେ ବହୁବିଧ ଯୋଜନା କରି କେନ୍ଦ୍ର ସରକାର ସଫଳ ହେବେ । ବୈଦେଶିକ ରାଷ୍ଟ୍ର ମୋଦୀଙ୍କ ଆଡ଼କୁ ସହାୟତାର ହାତ ବଢ଼ାଇବେ ତଥାପି କିଛି ରାଷ୍ଟ୍ରମୁଖିଆଙ୍କ ଛଳନାର ଶିକାର ହେବାକୁ ପଡିପାରେ ଏସବୁ ସତ୍ୱେ ଦେଶରେ ମୋଦି ପ୍ରଶଂସା ଭାଜନ ହେବା ସଂଗେ ସଂଗେ ବୈଦେଶିକ ବ୍ୟାପାରରେ ସୁ-ସମ୍ପର୍କ ବୃଦ୍ଧି କରିବାରେ ସଫଳ ହେବେ । ଓଡ଼ିଶାରେ ବୃଷ୍ଟିପାତ ବୃଦ୍ଧି ପାଇବ । ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ରହିବ । ରାଜ୍ୟ ଓ ଦେଶର ଆର୍ଥିକ ବୋଝ ବଢିବ ଫଳରେ ସରକାର ବ୍ୟତିବ୍ୟସ୍ତ ହୋଇଯିବେ, ଯାହାକୁ ନେଇ ସରକାର ନୂତନ ଋଣ କରିପାରନ୍ତି । ସ୍ୱାସ୍ଥ୍ୟବିଭାଗ କ୍ଷେତ୍ରରେ ଅନେକ ସୁ-ପରିବର୍ତନ ହେବେ । ପ୍ରଶାସନିକ ସ୍ତରରେ ସମସ୍ତ ବିଭାଗ ନିୟନ୍ତ୍ରଣରେ ରହି ସୁପରିଚାଳନାରେ ସହାୟକ ହେବେ । କୃଷିକ୍ଷେତ୍ର ସହିତ ରବି ଜାତୀୟ ଫସଲ ଭଲ ହେଲେ ମଧ୍ୟ ବଜାରରେ ଡାଲିଦର ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ହେବ । ପିଲାଙ୍କ ଖାଦ୍ୟ, ପାଚିଲା ଫଳ ଓ ମିଠା ଜାତୀୟ ଖାଦ୍ୟର ଦରବୃଦ୍ଧି ନିୟନ୍ତ୍ରଣରେ ରହିବ । କୃଷିଋଣ ଓ ଗୋଷ୍ଠୀ ଋଣ ଫଳବତି ହେବ । ନୂତନ କର୍ମସଂସ୍ଥାନ ସହିତ କର୍ମନିଯୁକ୍ତି ବୃଦ୍ଧିହେବ ।
ଦ୍ୱାଦଶ ରାଶିରେ ଗ୍ରହରାଜ ବୃହଷ୍ପତି କେଉଁ ଅନୁପାତରେ ଫଳପ୍ରଦାନ କରିବେ ସେ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣି –
ମେଷ-(୯ମ ବୃହଷ୍ପତି)- ନବମ ସ୍ଥାନସ୍ଥ ବୃହଷ୍ପତି (ସୁତାର୍ଥ ଲାଭଂ ନବମେଷୁ) ବ୍ୟକ୍ତିକୁ ବହୁ ଦିଗରୁ ଧନ ଲାଭ କରାଇବା ସହିତ ନୂତନ କର୍ମକ୍ଷେତ୍ର ସୃଷ୍ଟି କରାଇଥାନ୍ତି । ପୁତ୍ର ଲାଭ କରାଇଥାଏ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରାଇଥାଏ ।
ବୃଷ- (୮ମ ବୃହଷ୍ପତି)- ଅଷ୍ଟମସ୍ଥ ବୃହଷ୍ପତି ଅବଶ୍ୟ ଆଧ୍ୟାତ୍ମିକ ଭାବନା ଧାର୍ମିକ ଚେତନାର ଅଭିବୃଦ୍ଧି କରାଇଥାଏ । ତଥାପି ନାନାବିଧ ରୋଗର ପୀଡ଼ା ଓ କୋଟ କଚେରୀ ଭୟର ସୂଚନା ଥାଏ ।
ମିଥୁନ-(୭ମ ବୃହଷ୍ପତି)- ସପ୍ତମସ୍ଥ ବୃହଷ୍ପତି ବ୍ୟକ୍ତିକୁ ବୁଦ୍ଧି ତଥା ବିବେଚନା ବିଷୟରେ ନିପୁଣ, ବିଚକ୍ଷଣ କରାଇବା ସହିତ ନିଜର ସୁଲଳିତ ବଚନ ହେତୁ ସର୍ବଜନପିୟ କରାଇଥାନ୍ତି । ଧନ ଉପାର୍ଜ୍ଜନ ହୋଇଥାଏ । ସାତ୍ୱିକ ଭୋଜନ, ଉତମା ସ୍ତ୍ରୀ ଓ ଯାନବାହାନ ପ୍ରାପ୍ତି କରାଇଥାଏ ।
କର୍କଟ-(୬ଷ୍ଠ ବୃହଷ୍ପତି)- ଷଷ୍ଠସ୍ଥ ବୃହଷ୍ପତି ବ୍ୟକ୍ତିଙ୍କୁ ବହୁ ଦିଗରୁ ଅଶାନ୍ତି ପ୍ରଦାନ କରାଇଥାନ୍ତି । ନିଜର ସ୍ୱଜନ ବଂଧୁବାଂଧବ ମିତ୍ରଗୋଷ୍ଠୀ ମାନଙ୍କର ଭାଗ୍ୟୋଦୟ ତଥା ଧନ ସଂପଦର ଅଭିବୃଦ୍ଧି ହେତୁ ଇର୍ଶା ପରାୟଣ ହୋଇ ଅସୁଖୀ କରାଇଥାଏ ।
ସିଂହ-(୫ମ ବୃହଷ୍ପତି)-ବ୍ୟକ୍ତିଙ୍କୁ ଅନେକ ସୁଖ ସମୃଦ୍ଧି ତଥା ଧନ ସଂପଦ ପ୍ରଦାନ କରାଇଥାଏ । ଗୃହରେ ପୁତ୍ର ସନ୍ତାନର ଜନ୍ମୋତ୍ସବ ଆଦି ଶୁଭକର୍ମ ପାଳିତ ହୋଇଥାଏ । ବହୁ ପ୍ରଶଂସା ଭାଜନ କରାଇବା ସହିତ ଅଳଙ୍କାର, ଗୃହଲାଭ ବିବାହାଦି ମାଙ୍ଗଳିକ କାର୍ଯ୍ୟ କରାଏ ।
କନ୍ୟା-(୪ର୍ଥ ବୃହଷ୍ପତି)- ବ୍ୟକ୍ତିକୁ ବହୁବିଧ କଷ୍ଟ ପ୍ରଦାନ କରିଥାଏ । ମାନସିକ କଷ୍ଟ ବଂଧୁଙ୍କ ଠାରୁ କ୍ଳେଷ ପ୍ରଦାନ କରିଥାଏ । ତଥାପି ବିଚକ୍ଷଣ କରାଇବା ସହିତ ନିଜର ସୁଲଳିତ ବଚନ ହେତୁ ସର୍ବଜନପିୟ କରାଇଥାନ୍ତି । ଧନ ଉପାର୍ଜ୍ଜନ ହୋଇଥାଏ ।
ତୁଳା-(୩ୟ ବୃହଷ୍ପତି)- ତୃତୀୟ ସ୍ଥାନସ୍ଥ ବୃହଷ୍ପତି ମନୁଷ୍ୟକୁ ଧର୍ଯ୍ୟହୀନ, ଅସ୍ଥିରମନା ଓ ସ୍ଥାନଚ୍ୟୁତ କରାଇଥାନ୍ତି । କର୍ମ କ୍ଷେତ୍ରରେ ବେଳେବେଳେ ସମସ୍ୟା ଉପୁଜାଇଥାଏ ଯାହାଫଳରେ ବେଳେବେଳେ ମନୋବଳ ଦୁର୍ବଳ ହେବାସହ ଲୋକ ସଂପର୍କ ଖରାପ ହେଲାଭଳି ପରିସ୍ଥିତି ଉପୁଜିଥାଏ ।
ବିଛା-(ଦ୍ୱିତୀୟ ବୃହଷ୍ପତି)- ବ୍ୟକ୍ତିକୁ ସମସ୍ତ ଦିଗରୁ ସୁଖ ଓ ସୌଭାଗ୍ୟକୁ ଭୋଗ କରାଇଥାନ୍ତି । ଶତ୍ରୁମାନଙ୍କର ବିନାଶ ହେବା ସହିତ ଧନ ଓ ଆନନ୍ଦ ପ୍ରାପ୍ତ ହୋଇଥାଏ ।
ଧନୁ-(ପ୍ରଥମ ବା ଜନ୍ମ ବୃହଷ୍ପତି): ଜନ୍ମ ବୃହଷ୍ପତି ରହିଥିବା ସମୟରେ ବ୍ୟକ୍ତିର ସ୍ଥାନ ପରିବର୍ତନ ସହିତ ବହୁ କ୍ଷେତ୍ରରେ ମାନ, ସମ୍ମାନ ଓ ଧନ କ୍ଷୟ ହେବା ସହିତ କପଟତାର ଶିକାର ହୋଇଥାନ୍ତି । ଅଭାବି ଜିବନର ସୂଚନା ଥାଏ ।
ମକର-(୧୨ଶ ବୃହଷ୍ପତି)- ଦ୍ୱାଦଶ ସ୍ଥାନସ୍ଥ ବୃହଷ୍ପତି କୁମାର୍ଗରେ ଗତି କରାଏ । ବହୁ ବ୍ୟୟ କରାଏ । ଉକ୍ତ ସମୟ ମଧ୍ୟରେ ପୁତ୍ରକନ୍ୟାଙ୍କ ବିବାହ ଉତ୍ସବ ହେଉ କିମ୍ବା ଅନ୍ୟ କୌଣସି କାରଣ ବଶତଃ ମାତ୍ରାଧିକ ଅର୍ଥ ବ୍ୟୟ ସହିତ ବୃଥା ଭ୍ରମଣରେ ଅର୍ଥ ନଷ୍ଟ ହୁଏ ।
କୁମ୍ଭ-(୧୧ଦଶ ବୃହଷ୍ପତି)- ଏକାଦଶ ବୃହଷ୍ପତି ବହୁ କ୍ଷେତ୍ରରୁ ଧନ ଲାଭ ପ୍ରଦାୟକ ହେବା ସହିତ କ୍ଷେତ୍ର ସ୍ଥାନାଦିର ଲାଭ, ବ୍ୟବସାୟ ବାଣିଜ୍ୟ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି କରାଇଥାଏ ।
ମୀନ-(୧୦ମ ବୃହଷ୍ପତି)- ଦଶମ ସ୍ଥାନସ୍ଥ ବୃହଷ୍ପତି ମାନବକୁ ସ୍ଥାନେ ସ୍ଥାନେ କଳହର ସୁତ୍ରପାତ କରାଇ ବିଶ୍ୱାସଘାତକତାର ବାତାବରଣ ମଧ୍ୟରେ ସ୍ଥାନଚ୍ୟୁତ କରାଇଥାଏ । ସ୍ୱାସ୍ଥ୍ୟହାନୀ ଓ ଧନହାନୀ ହୋଇଥାଏ ।
ଅଶୁଭ ନିରାକରଣ ଉପାୟ-
ବ୍ରହ୍ମଜଷ୍ଠି ବୃକ୍ଷ ପୂଜନ ତଥା ଚେର ଧାରଣ । ପାରାକୁ ଖାଇବାକୁ ଦିଅନ୍ତୁ । ମା’ତାରାଙ୍କ ପାଖକୁ ନଡ଼ିଆ ପ୍ରେରଣ (ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁରସ୍ଥ ମା-ଉଗ୍ରତାରା, ପୁରୁଷୋତମପୁରର ମା-ତାରାତାରିଣୀ, ଘଟଗାଁବାସିନୀ ମା-ତାରିଣୀ ଙ୍କୁ ସମର୍ପିତ)ା ପ୍ରତିଦିନ ବାମନପୁରାଣ ପାଠ ସହିତ ମାତାରାଙ୍କର ଗାୟତ୍ରୀ (ଓଁ ଉଗ୍ରତାରାୟ ବିଦ୍ମହେ ଶବଋଢାୟ ଧିମହି ତନ୍ନୋ ତାରା ପ୍ରଚୋଦୟାତ) ୨୭ କିମ୍ବା ୧୦୮ଜପ ଅତ୍ୟନ୍ତ ଶୁଭ । ହଳଦିଆ ବସ୍ତ୍ର, ହରିଦ୍ରା, ଲବଣ, ଗୋ-ଘୃତ, ମସୁର ଡ଼ାଲି, ମିଷ୍ଠାନ୍ନ ଅସହାୟଙ୍କୁ ଗୁରୁବାର ଦାନ ପ୍ରଦାନ କଲେ ଶୁଭ । ଜପ ମନ୍ତ୍ର (୧୦୮ଥର) – ଓଁ ବୃଂ ବୃହଷ୍ପତୟେ ନମଃ ।
ଗର୍ଗ ଜ୍ୟୋତିଷ –
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)
ସେକ୍ଟର-୩/୩୦୯, ନିଳାଦ୍ରୀବିିହାର,
ଭୁବନେଶ୍ୱର-୨୧ ୯୪୩୮୩୮୯୦୩୯, ୦୬୭୪-୨୭୨୦୯୬୬


