ଦେବଦୁତ ସାଜିଲେ ଦୁର୍ଗା ଲାଏକ
ବ୍ରହ୍ମପୁର,(ରାଜେଶ କୁମାର ପଟନାୟକ): ମାନବିକତା ସାମ୍ମନାରେ ସବୁକିଛି ହାର ମାନେ ସୃଷ୍ଟି ରେ ରହି ଯଦି ଅସମୟରେ ମନୁଷ୍ୟ ମନୁଷ୍ୟ ର ସାହାଯ୍ୟରେ ନ ଆସିଲା ତେବେ ଜୀବନ ସାର୍ଥକତାର କିଛି ମୂଲ୍ୟ ନାହିଁ | ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରହ୍ମପୁର ସହରର ଗେଟ ବଜାର ଅଞ୍ଚଳର ବାସିନ୍ଦା ଆରଟି କୋଲନି ରେ ରହୁଥିବା ଦୁର୍ଗା ଲାଏକ | ରାୟଗଡା ର କୋରନା ଆକ୍ରାନ୍ତ ଙ୍କୁ ପ୍ଲାଜ୍ମା ଦାନ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି | ସୂଚନା ଅନୁସାରେ ରାୟଗଡାରେ ବାସ କରୁଥିବା କେ ଚନ୍ଦ୍ରଭୂଷଣ କୋରନା ରେ ଆକ୍ରାନ୍ତ ହୋଇ ଅଧିକ ମାତ୍ରାରେ ଅସୁସ୍ଥ ହୋଇପଡିଥିଲେ | ତେଣୁ ତାଙ୍କୁ ତୁରନ୍ତ ବିଶାଖାପାଟଣା ନେବାକୁ ପଡିଥିଲା , ସେଠାରେ ଡାକ୍ତର ମାନେ ତାଙ୍କୁ ପ୍ଲାଜ୍ମା ଦେବାପାଇଁ ପରାମର୍ଶ ଦେଇଥିଲେ |ଏହାପରେ ସେ ଏହି ଖବର କୁ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରିବା ସହ ନିବେଦନ କରିଥଲେ , ଏହି ଖବର ଦୁର୍ଗା ଲାଏକ ପାଇଲା ପରେ ଆଉ ଡେରି ନକରି ତୁରନ୍ତ ବିଶାଖାପାଟଣା ଯିବାର ବ୍ୟବସ୍ଥା କରିଥିଲେ ଓ ସେଠାରେ ପହଞ୍ଚି ପୀଡିତ ହୋଇଥିବା କୋରନା ଆକ୍ରାନ୍ତ ଙ୍କୁ ନିଜର ପଜିଟିଭ ପ୍ଲାଜ୍ମା ଦାନ କରିଥିଲେ ପ୍ଲାଜ୍ମା ନେବାପରେ ଆକ୍ରାନ୍ତ ଜଣକ ସୁସ୍ଥ ଅଛନ୍ତି | ଦୁର୍ଗା ଲାଏକ ଙ୍କ କହିବାନୁସାରେ କେ ଚନ୍ଦ୍ରଭୂଷଣ ସମ୍ପୂର୍ଣ ସୁସ୍ଥ ହୋଇଗଲେ ସେ ବହୁତ ଖୁସି ହେବେ ,ପ୍ଲାଜ୍ମା ଦାନ କଲା ପରେ ଆକ୍ରାନ୍ତରେ ପୀଡିତ ଥିବା କେ ଚନ୍ଦ୍ରଭୂଷଣ ଙ୍କ ସହ ଡାକ୍ତର ମାନେ ମଧ୍ୟ ଦୁର୍ଗା ଲାଏକ ଙ୍କୁ ପ୍ରଶଂସା ଓ ଦାନ୍ୟବାଦ ଜଣାଇଥିଲେ |