ଦେବଦୂତ ସାଜିଲେ ପୋଲିସ ଅଫିସର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ମୁକାବିଲା ପାଇଁ ସରକାର ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ କୋରନା ଯୁଦ୍ଧର ଯୋଦ୍ଧା ସାଜିଥିବା ପୋଲିସ ମାନଙ୍କର ମଧ୍ୟ ଜନସାଧାରଣ ଙ୍କୁ ସଚେତନତା ସହ କାର୍ଯ୍ୟଭାର ବୃଦ୍ଧି ପାଇଛି। ଆଜି ଭଞ୍ଜନଗର ପୋଲିସ ରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସମୀର କୁମାର ବେହେରା ଦେବଦୂତ ସାଜି ରକ୍ତହୀନତା ହୋଇଥିବା ଏକ ବ୍ୟକ୍ତି ଙ୍କୁ ରକ୍ତଦାନ କରିଥିଲେ। ସୂଚନାଯୋଗ୍ୟ ସୋରଡା ର ଭଞ୍ଜ ମଲିକ ନାମକ ଏକ ବ୍ୟକ୍ତି ରକ୍ତହୀନତା ରୋଗରେ ଆକ୍ରାନ୍ତ ଏହି ସମୟରେ ତାଙ୍କୁ ରକ୍ତ ଅତ୍ୟନ୍ତ ଜରୁରୀ ହୋଇପଡିବାରୁ ହଠାତ ଖବର ପାଇ ଇନ୍ସପେକ୍ଟର ସମୀର କୁମାର ବେହେରା ଦେବଦୂତ ସାଜି ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଥିବା ଓଡ଼ିଶା ରକ୍ତ ଭଣ୍ଡାର ରେ ରକ୍ତ ଦାନ କରିଥିଲେ। ଏହି ମହାନ କାର୍ଯ୍ୟ ରେ ତାଙ୍କ ସହ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଏବଂ ଇନ୍ସପେକ୍ଟର ଲିତାରାଣୀ ପରିଡା ମଧ୍ୟ ଉପସ୍ଥିତ ଥିଲେ। ଗୋଟିଏ ପଟେ କୋରନା ପାଇଁ ଜନସାଧାରଣ ଙ୍କ ନିମନ୍ତେ ଆଗଧାଡ଼ି ର ଯୋଦ୍ଧା ସାଜି ଥିବା ପୋଲିସ ର ଏଭଳି ମହାନ କାର୍ଯ୍ୟ କୁ ଜନସାଧାରଣ ପ୍ରଶଂସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ