ଦେବଦୂତ ସାଜିଲେ ଲଲ ଭାଇ
ଯାଜପୁର,(ଓ୍ବାଇଏନ୍ଏସ୍): ଭୁଇଁପୁର ପଞ୍ଚାୟତରେ ଘର ପୋଡ଼ି ପରିବାର ଲୋକେ ଅସହାୟ ଅବସ୍ଥାରେ ଥିଲା ବେଳେ ଦେବଦୂତ ସାଜି ପରିବାର ଲୋକଙ୍କ ପାଖରେ ପହଞ୍ଚିଲେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ (ଲଲ ଭାଇ)| ପରିବାରକୁ ଏମିତି ଅବସ୍ଥାରେ ଦେଖି ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ସେହି ପରିବାରକୁ ସାହାଯ୍ୟର ହାତ ବଢ଼ାଇ ଥିଲେ | ଅନେକ ଦିନ ପର୍ଯ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ପରିବାର ଲଲ ଭାଇ ଙ୍କ ଠାରୁ ସାହାର୍ଯ୍ୟ ପାଇଁ ଅତ୍ୟନ୍ତ ଖୁସି ହୋଇଥିଲେ | ଲଲ ଭାଇ ଙ୍କ ଏପରି ମହତ କାମ କୁ ଦେଖି ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା |