ଦେବସ୍ନାନ ପୂର୍ଣ୍ଣମାରେ ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଛତ୍ରପୁରର ସହରର ତାଡେପଲ୍ଲୀସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର, ମେଦିରସାହିସ୍ଥିତ ଦାଶିରି ଜଗନ୍ନାଥ ମନ୍ଦିର ଓ ବଡରେଡିକାସାହିରେ ଥିବା ଜଗନ୍ନାଥ ମନ୍ଦିର ସମେତ ଛତ୍ରପୁର ବ୍ଲକ ଆଖପାଖ ଅଂଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ଗୁଡିକରେ ପରମ୍ପରା ଓ ରୀତିନୀତି ଅନୁଯାୟୀ ଠାକୁରଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲ।। । ଠାକୁରଙ୍କ ଦର୍ଶନ ସକାଶେ ବହୁ ସଂଖ୍ୟରେ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ । ସକାଳେ ମଙ୍ଗଳ ଆଳତୀ ପରେ ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପ ଅଣାଯାଇଥିଲ।। ଏହାପରେ ଠାକୁରଙ୍କୁ ପଇଡ, ପାଣି, ଗଙ୍ଗାଜଳ ଓ ପାଞ୍ଚାମୃତରେ ସ୍ନାନ କରାଯିବାପରେ ସୁବାସିତ ଜଳରେ ପୁନଃ ସ୍ନାନ କରାଯାଇଥିଲ।। ପରେ ଠାକୁରଙ୍କୁ ଗଜାନନ ବେଶ କରାଯାଇଥିଲ।। ତାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅବକାଶ ନୀତି ଏବଂ ସାହାଣମେଳା କରାଯିବା ପରେ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ସହ ପୂର୍ଜାର୍ଚ୍ଚନା କରିଥିଲେ । ଶ୍ରଦ୍ଧାଳୁ ମାନଙ୍କ ହୁଳହୁଳି ଓ ହରିବୋଲ ଧ୍ୱନୀରେ ଦର୍ଶନସ୍ଥଳ ପ୍ରକମ୍ପିତ ହୋଇଉଠିଥିଲ।। ସନ୍ଧ୍ୟରେ ମନ୍ଦିର ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲ।।