ଦେବାଂଶ ଫାଉଣ୍ଡେସନ ଆନୁକୂଲ୍ୟରେ ରକ୍ତଦାନ ଶିବିର : ୨୩ ୟୂନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବିଶ୍ୱ ରେଡ଼କ୍ରସ ଦିବସ ଓ ମାତୃ ଦିବସ ଉପଲକ୍ଷେ ଦେବାଂଶ ଫାଉଣ୍ଡେସନ ପକ୍ଷରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଏସଡିଏମଓ ଡାକ୍ତର ସାଗର ନାଏକ ଏବଂ ବିଶିଷ୍ଟ ଚିକିତ୍ସକ ଡାକ୍ତର ଟି.କେ ଗୁପ୍ତା ମିଳିତ ଭାବେ ଫିତା କାଟି ଶୁଭାରମ୍ଭ କରିଥିଲେ I ଫାଉଣ୍ଡେସନର ଟ୍ରଷ୍ଟି ନିରୁପମା ମହାନ୍ତ ଓ ତାଙ୍କ ସୁପୁତ୍ର ଅଭିଜିତ ମହାନ୍ତ ଆଗାମୀ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ସଙ୍କଟ ଦୂର କରିବା ଉପରେ ସୂଚନା ଦେଇଥିଲେ I ସମାଜସେବୀ ଜୟନ୍ତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ 23 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ଏଥିରେ ଅରବିନ୍ଦ ବାଗାଡ଼ିଆ, ରତିକାନ୍ତ ପରୀକ୍ଷା, କାଳୀପ୍ରସନ୍ନ ମହାନ୍ତି, ଅଧ୍ୟାପକ ଗଣେଶ ମିଶ୍ର, ଛାତ୍ର ନେତା ବିକାଶ ମହାନ୍ତ,ଲକ୍ଷ୍ମୀଧର ମଣ୍ଡଳ, କମଳେଶ ବଳ, କ୍ରୀଷ୍ଣା ଶର୍ମା, ହିମାଂଶୁ ପ୍ରଧାନ, ଗତିକୃଷ ମହାନ୍ତ, ସାଧୁ ମହାନ୍ତ, ଜିତ୍ ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ରକ୍ତଦାତା ସୌମିକ ଦାସଙ୍କୁ ଏକାଧିକ ବାର ରକ୍ତଦାନ ପାଇଁ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ଃ ପବିତ୍ର ପ୍ରତ୍ୟୁଷ ମିଶ୍ର ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ