ଦେବାଶିଷ ସେଠୀ ସ୍ମୃତି କମିଟି ପକ୍ଷରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ଦେବାଶିଷ ସେଠୀ ସ୍ମୃତି କମିଟି ପକ୍ଷରୁ ଗତ ୨୭ ତାରିଖରେ ଦାମୋଦରପୁର ବିଶ୍ୱକର୍ମା ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଚକ୍ଷୁ ପରୀକ୍ଷା ଶିବିରରୁ ଚିହ୍ନଟ ମୋତିଆବିନ୍ଦୁ ରୋଗୀଙ୍କର ଗୁରୁବାର ନିଃଶୁଳ୍କ ଅସ୍ତ୍ରୋପଚାର କରାଯାଇଛି । ପରୀକ୍ଷା ଶିବିରରେ ଚିହ୍ନଟ ମୋଟ ୯୩ ଜଣ ମୋତିଆବିନ୍ଦୁ ରୋଗୀଙ୍କ ମଧ୍ୟରୁ ଆଜି ୧୨ ଜଣଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି । ଦେବାଶିଷ ସ୍କୃତି କମିଟି ସଭାପତି ମୀନତି ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଏଲପୁରସ୍ଥିତ ଶ୍ରୀରାମ ହସପିଟାଲରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏହି ଅସ୍ତ୍ରେପଚାର କରାଯାଇଛି । ଅବଶିଷ୍ଟ ମୋତିଆବିନ୍ଦୁ ରୋଗୀଙ୍କର ଅସନ୍ତା ୭,୮ ଓ ୯ ତାରିଖରେ ଅସ୍ତ୍ରୋପଚାର କରାଯିବ ବୋଲି କମିଟିର ସଭାପତି ଶ୍ରୀମତୀ ସେଠୀ ସୂଚନା ଦେଇଛନ୍ତି । ସମସ୍ତ ରୋଗୀ ଓ ତାଙ୍କର ସହାୟକଙ୍କୁ ଘରୁ ଆଣିବାଠାରୁ ଅପରେସନ ପରେ ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମିଟି ପକ୍ଷରୁ ବହନ କରିଥିବା ସେ କହିଛନ୍ତି । ଝୁନିରାଣୀ ବାରିକ, କବିତା ଦାସ, ରୀନାରାଣୀ ଦାସ, ଲଳିତା ତାଲଦି, ନିଶାମଣି ପ୍ରଧାନ, ସୁଜାତା ବେହେରା, କଳ୍ପନା ଦାସ, ମିଟୁ ତରେଇ, ତରୁଲତା ଦେ ପ୍ରମୁଖ କମିଟିର କାର୍ଯ୍ୟକର୍ତ୍ତାମାନେ ଏହି ଚକ୍ଷୁ ଅସ୍ତ୍ରୋପଚାର ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


