ଦେବୀନଦୀରେ ଥିବା ଏରେଡା ବାଲି ସୈରାତ ପାଇଁ ନିଲାମ ପକ୍ରିୟା ଶେଷ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀନଦୀର ଏରେଡା ବାଲି ସୈରାତର ଟେଣ୍ଡର ପକ୍ରିୟା ବୁଧବାର ଶେଷ ହୋଇଛି । ଉକ୍ତ ଟେଣ୍ଡର ପକାଇବା ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୦ ତାରିଖ ଦିବା ୧ ଘଟିକା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ସମୁଦାୟ ୩ଟି ଟେଣ୍ଡର ପେପର ତହସିଲ କାର୍ଯ୍ୟାଳୟରେ ପହଂଚିଥିଲା । ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଜେ.କଳ୍ପନା, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରାଙ୍କ ଉପସ୍ଥିତରେ ଦିବା ୩ ଘଟିକା ସମୟରେ ଟେଣ୍ଡର ପକାଇଥିବା ନିଲାମଧାରୀମାନଙ୍କ ଉପସ୍ଥିତିରେ ଟେଣ୍ଡର ବାକ୍ସ ଖୋଲାଯାଇ ଟେଣ୍ଡର କାଗଜପତ୍ର ଗୁଡିକ ଖୋଲାଯାଇଥିଲା । ସମୁଦାୟ ୩ଟି ପେପରରେ ବାଲି ସିଏମ ପ୍ରତି ୧୯ ଶହ ୯୯ ଟଙ୍କାରେ ବୈଷ୍ଣବ ଚରଣ ନାୟକ, ଲକ୍ଷ୍ମୀପିୟା ପୃଷ୍ଟି ସିଏମ ପ୍ରତି ୧୫ ଶହ ୬୦ଟଙ୍କା ଓ ଅଜିତ କୁମାର ରାଉତରାୟ ସିଏମ ପ୍ରତି ୬ ଶହ ୫୧ ଟଙ୍କାରେ ଟେଣ୍ଡର ପେପର ପକାଯାଇଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି । ତହସିଲ ହିସାବ ରକ୍ଷକ ବିଶ୍ୱମ୍ଭର ମହାନ୍ତି, ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଥାଉକି ୨୦୨୦ ଡିସେମ୍ବର ମାସ ୧୬ ତାରିଖରେ ଏରେଡା ବାଲି ସୈରାତ ପାଇଁ ନିଲାମ କରାଯାଇଥିଲା । ନିଲାମଧାରୀ ଭାବେ ଦେବୀଦତ ମହାନ୍ତି ସିଏମ ପ୍ରତି ୩ ହଜାର ୫୨୫ଟଙ୍କାରେ ପାଇଥିଲେ ମଧ୍ୟ ପରବର୍ତି ସମୟରେ ନିଜ ଆଡୁ ଓହରି ଯାଇଥିଲେ । ପୂର୍ଣ୍ଣବାର ଅଗଷ୍ଟ ୨୫ ତାରିଖରେ ନିଲାମ କରାଯାଇଥିଲା । ଏଥିରେ ସିଏମ ପ୍ରତି ୧୦ ହଜାର ୨ଟଙ୍କାରେ ଅମୀୟ ରଂଜନ ମହାନ୍ତିଙ୍କୁ ନିଲାମ ପ୍ରଦାନ କରାଯାଇଥିଲା । ସଠିକ ସମୟରେ ଆବଶ୍ୟକ ଅମାନତ ରାଶି ଦାଖଲ ନ କରିବାରୁ ଉକ୍ତ ନିଲାମକୁ ବାତିଲ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ