ଦେବୀ ଦୁର୍ଗା ପ୍ରଥମେ ପୂଜା ପାଇଥିବାରୁ ଗାଁର ନାଁ ଦେବୀ ପାଟଣା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିକଟସ୍ଥ ପ୍ରାଚୀ ଉପତ୍ୟକା ର ଦେବୀପାଟଣା ଗ୍ରାମ ରେ ଦୀର୍ଘ ୫୦୦ ବର୍ଷ ହେଲା ବଙ୍ଗୀୟ ପରିବାର ଙ୍କ ପକ୍ଷରୁ ବଙ୍ଗୀୟ ରୀତି ନୀତି ଅନୁଯାୟୀ ଦୂର୍ଗା ପୂଜା ପାଳିତ ହୋଇଆସୁଛି ବୋଲି କହିଛନ୍ତି ପ୍ରାଚୀ ଗବେଷକ ହାଡିବନ୍ଧୁ ବିଶ୍ଵାଳ। ଏହି ଗ୍ରାମ ର ପୂଜା ମଣ୍ଡପ କାନ୍ଥ ରେ ନିର୍ମିତ ମା ଦୁର୍ଗା ଙ୍କୁ ଗ୍ରାମବାସୀ ମାନେ ବର୍ଷ ସାରା ପୂଜା କରି ଆସୁଥିବା ବେଳେ ଶାରଦୀୟ ଦୁର୍ଗାପୂଜା ସମୟ ରେ ଏହି ଗୃହ ରେ ମୃଣୟୀ ମୂର୍ତ୍ତି ନିର୍ମାଣ କରି ବଙ୍ଗୀୟ ଢ଼ାଞ୍ଚା ରେ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଥାଏ ବୋଲି ଗ୍ରାମବାସୀ ଅଭୟ କୁମାର ଦାସ, ପ୍ରମୋଦ କୁମାର ପାଲ, ବସନ୍ତ ଦାସ,ସମ୍ପଦ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି। ମା ଦୂର୍ଗା ଙ୍କ ମୃଣୟୀ ମୂର୍ତ୍ତୀ ପ୍ରାଚୀ ଉପତ୍ୟକା ର ଏହି ଗାଁ ରେ ସର୍ବପ୍ରଥମେ ପୂଜା ପାଇଥିବାରୁ ଗାଁ ର ନାଁ ଦେବୀ ପାଟଣା ହୋଇଥିବା ଓ ଏଠାର ଦୂର୍ଗା ପୂଜା ଏହି ଅଞ୍ଚଳ ର ପ୍ରଥମ ଶାରଦୀୟ ଦୁର୍ଗାପୂଜା ବୋଲି ଐତିହାସିକ ସ୍ବର୍ଗତ ଶ୍ୟାମ ସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ‘ ବୁଦ୍ଧିଜିମ ଆଣ୍ଡ ଅଦର ରିଲିଜଅସ କଲ୍ଟସ ଅଫ ସାଉଥ ଇଷ୍ଟ ଇଣ୍ଡିଆ ‘ ରେ ପ୍ରକାଶ କରିଛନ୍ତି। ଗାଁ ଥିବା ପ୍ରାୟ ୧୫୦ ପରିବାର ସାମୁହିକ ଦୁର୍ଗା ପୂଜା ରେ ସାମିଲ ହୋଇଥାନ୍ତି। ମୃଣୟୀ ମୂର୍ତ୍ତୀ ନିର୍ମାଣ ଶେଷ ହେବା ପରେ ଷଷ୍ଠୀ ତିଥି ରେ ବିଲ୍ଵବରଣ ନୀତି କରାଯାଇ ମା ଙ୍କ ଚକ୍ଷୁଦାନ କରାଯାଇ ପୂଜା ଆରମ୍ଭ ହୋଇଥାଏ । ମହାନବମୀ ଦିନ ଏହି ପୂଜା ମଣ୍ଡପ ଠାରେ ସଧବା ମହିଳା ମାନଙ୍କ ସିନ୍ଦୂର ଖେଳ ଓ କୁନି କୁନି ପିଲା ଙ୍କୁ ନେ଼ଇ କୁମାରୀ ପୂଜା ଅନୁଷ୍ଠିତ ହୋଇଥାଏ। ବିଜୟା ଦଶମୀ ତଥା ଦଶହରା ଦିନ ସମୂହ ଗ୍ରାମବାସୀ ମାନେ ମାଙ୍କ ନିକଟରେ ବିଭିନ୍ନ ଫଳ ମୂଳ ଭୋଗ ଲାଗି କରିବା ପରେ ବିସର୍ଜନ ନୀତି ଅନୁଷ୍ଠିତ ହୋଇଥାଏ। ମା ଙ୍କ ମୃଣୟୀ ମୂର୍ତ୍ତୀ କୁ କାନ୍ଧ ରେ କାନ୍ଧେଇ ଗ୍ରାମବାସୀ ମାନେ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରିବା ପରେ ପ୍ରାଚୀ ନଦୀ ର ଦେବୀଘାଟ ଠାରେ ବିସର୍ଜନ କରିଥାନ୍ତି। ଦୂର୍ଗାପୂଜା ପାଇଁ ସମଗ୍ର ଦେବୀପାଟଣା ଗାଁ ଉତ୍ସବ ମୁଖର ହୋଇ ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ