ଦେବୀ ନଦୀରେ ବନ୍ୟା ଜଳ ବନ୍ଧ ଅବସ୍ଥା ଶୋଚନୀୟ ଲୋକେ ଆତଙ୍କିତ

ନିମାପଡ଼ା,(ସନ୍ତୋଷ ଦାଶ):ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ପରେ ମହାନଦୀର ମୁଖ୍ୟ ଶାଖା ନଦୀ ଦେବୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି। ଯଦିଓ ବନ୍ୟା ଜଳ ବିପଦ ସଙ୍କେତ ଠାରୁ ତଳେ ପ୍ରବାହିତ ହେଉଛି କିନ୍ତୁ ନଦୀ ବନ୍ଧର ଅବସ୍ଥା ଶୋଚନୀୟ ହୋଇ ପଡ଼ି ଥିବାରୁ ନଦୀ ତଟବର୍ତ୍ତି ଗ୍ରାମର ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ପୁରୀ ଜିଲ୍ଲା କାକଟପୁରର ବାଉରିଆକଣ ଠାରେ ଦେବୀ ନଦୀର ବିପଦ ସଂକେତ ସ୍ତର ୪. ୯୩ ମିଟର ଥିବା ବେଳେ ଏବେ ବନ୍ୟାଜଳ ୩. ୫୦ମିଟରରେ ପ୍ରବାହିତ ହେଉଛି । ବେଳେ ଗତ କାଲି ଠାରୁ ଆଜି ଦେବୀ ନଦୀ ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗି ଥିବାରୁ ନଦୀ ପଠାରେ ଥିବା ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ପରିମାଣର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ବୋଲି ଯୋଗେନ୍ଦ୍ର ଦାସ ଓ ରାଜେଶ ସ୍ଵାଇଁ ପ୍ରମୁଖ ଚାଷୀ କହିଛନ୍ତି। କ୍ଷତିଗ୍ରସ୍ତ ନଦୀ ବନ୍ଧକୁ ଯୁଦ୍ଧକାଳୀନ ଭିତ୍ତିରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ଥା ଦେଇ ମରାମତି କରିବାକୁ ଦାବି ହେଉଛି। ଏ ସମ୍ପର୍କରେ କାକଟପୁର ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ତପନ କୁମାର ନାୟକଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ନଦୀ ବନ୍ଧ ରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯିବା ସହିତ ଦୁର୍ବଳ ଓ ସମ୍ବେଦନଶିଳ ବନ୍ଧ ଉପରେ ତିକ୍ଷ୍ନ ଦୃଷ୍ଟି ରଖାଯାଇଛି। ପ୍ରଚୁର ପରିମାଣରେ ବାଲିବସ୍ତା ମହଜୁଦ ରହିଥିବା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ