ଦେବୀ ନଦୀ ଅରଖକୁଦ ବନ୍ଧରେ ପଡିଲା ଘଳିଆ ସ୍ଥାନୀୟ ବାସିନ୍ଦା ଆତଙ୍କିତ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ପ୍ରବାହିତ ଦେବୀ ନଦୀରେ ବନ୍ୟା ପାଣି ଆସିବା ପରେ ରବିବାର ସଂଧ୍ୟାରେ ଅରଖକୁଦ ନିକଟରେ ବନ୍ଧରେ ଏକ ଘଳିଆ ପଡି ପାଣି ନଦୀ ବନ୍ଧ ଅପର ପାଶ୍ୱର୍କୁ ଆସିବାର ଦେଖାଯାଇଥିଲା । ଘଳିଆକୁ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିଲେ । ଘଟଣା ସ୍ଥଳରେ ଆଳିପିଙ୍ଗଳ ଜଳସେଚନ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ କୈଳାସ ଚନ୍ଦ୍ର ନାୟକ ଓ ସହକାରୀ ଯନ୍ତ୍ରୀ ଫକୀର ଚରଣ ସେଠ୍ ପହଂଚି ଘଳିଆ ପଡିଥିବା ସ୍ଥାନରେ ବାଲିବସ୍ତା ପ୍ୟାକିଂ କରିବା ପାଇଁ ଯୋଜନା କରିଥିଲେ । ବାଲି ବସ୍ତା ପକାଇବାକୁ ନେଇ ସ୍ଥ୍ରାନୀୟ ଲୋକ ଏହାର ବିରୋଧ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ନଦୀ ଭିତର ପଟୁ ବାଲି ବସ୍ତା ପକାଇଲେ ପାଣିର ସ୍ରୋତ ବାଲି ବସ୍ତା ଉପରେ ମାଡ ହେବ । ଯାହାଫଳରେ ବନ୍ଧର କୈାଣସି କ୍ଷତି ହେବ ନାହିଁ । କିନ୍ତୁ ବିଭାଗ ପକ୍ଷରୁ ନଦୀ ଭିତର ପାଶ୍ୱର୍ ବନ୍ଧରେ ପକା ନଯାଇ ଅପରପାଶ୍ୱର୍ରେ ପକାଯିବା ପାଇଁ ଯୋଜନା କରାଯାଇଥିଲା । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରି ବାଲି ବସ୍ତା ପକାଇ ନଦେବା ପାଇଁ କହିଥିଲେ । ଯାହାଫଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଥାନାଧିକାରୀ ଭରତ କୁମାର ବେହେରା ପହଂଚି ଜନସାଧାରଣଙ୍କ ସହ ଆଲୋଚନା ପରେ ନଦୀ ଅପର ପାଶ୍ୱର୍ରେ ବାଲି ବସ୍ତା ପକାଇବା ପାଇଁ ସ୍ଥିର କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଉକ୍ତ ନଦୀ ବନ୍ଧଟି ଚଳିତ ବର୍ଷ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁ ବନ୍ଧରେ ଘଳିଆ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।