ଦେବୀ ନଦୀ ରୁ ମହିଳାଙ୍କ ଶବ ଉଦ୍ଧାର। ହତ୍ୟା ସନ୍ଦେହ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀଜଳ ରେ ଭାସୁଥିବା ଏକ ଅଚିହ୍ନା ମହିଳା ଙ୍କ ଶବ କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇଁ ଅସ୍ତରଙ୍ଗ ମେରାଇନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।ଶବଟି ଦେବୀ ନଦୀର ଉପର ମୁଣ୍ତରୁ ଭାସି ଆସି ତଳମୁଣ୍ତ ଅର୍ଥାତ ଅସ୍ତରଙ୍ଗ ନୂଆଗଡ ୨ନଂ ସ୍ପର ନିକଟରେ ଲାଗିଛି ।ଘଟଣା ସ୍ଥଳରେ ଅସ୍ତରଙ୍ଗ ମେରାଇନ ଥାନା ପୁଲିସ ତଦନ୍ତ କରୁଥିବା ବେଳେ ମହିଳା ଙ୍କୁ ହତ୍ୟା କରି କିଏ ନଦୀରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।ଏପର୍ଯ୍ୟନ୍ତ ମହିଳା ଙ୍କ ପରିଚୟ ମିଳିପାରି ନଥିବାବେଳେ ତାଙ୍କ ମୁହଁ ଟି ଜଳିଯାଇ କଳା ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।