ଦେବୋତ୍ତର ସମ୍ପତ୍ତି ଉଦ୍ଧାର ଓ ସୁରକ୍ଷାରେ ରାଜ୍ୟ ସରକାରଙ୍କ ଅବହେଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ ରାଜ୍ୟର କୌଣସି ଅଭ୍ୟନ୍ତର ବା ଦୂରବର୍ତ୍ତୀ ଇଲାକା ନୁହେଁ, ଖୋଦ୍୍ ରାଜଧାନୀ ଛାତି ଉପରେ ଏୟାରପୋର୍ଟ ଏରିଆ ଭୀମପୁର ଅଞ୍ଚଳରେ ବାସ ଉପଯୋଗୀ ଥିବା ମୂଲ୍ୟବାନ ସମ୍ପତ୍ତିକୁ ହଡ଼ପ କରିବାର ଦୁଃସାହସିକତା କରୁଛନ୍ତି ପ୍ରଭାକରନଙ୍କ ସ୍ତ୍ରୀ କିରୁଥିକ ପି. । ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର ନକରି ଭୁବନେଶ୍ୱର ସହର ମଧ୍ୟରେ ଥିବା ମହପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସାବିକ୍ ମାଲିକାନାଭୁକ୍ତ ବାସପୋଯୋଗୀ ଭୂମି କେବଳ ମାତ୍ର ଅନ୍ୟାୟ ଓ ଚଞ୍ଚକତାପୂର୍ବକ ଅଧିକୃତ ହୋଇନାହିଁ, ଏହା ଉପରେ ବହୁତଳ ଆବାସିକ ଓ ବ୍ୟବସାୟିକ ପକ୍କାଗୃହ ନିର୍ମାଣ କରଯାଇ ବ୍ୟବହାର ଏବଂ ବ୍ୟବସାୟରେ ଲଗାଯାଇଛି । ବିଧିବଦ୍ଧ ପ୍ରକ୍ରିୟାରେ ଏ ସତ୍ୟ ଉନ୍ମୋଚନ କରିଥିବା ସମାଜସେବୀ ତଥା ଦେବସମ୍ପତ୍ତି (ଅର୍ଥାତ୍ ରାଜ୍ୟ-ଦେଶ ଜନସାଧାରଣଙ୍କ ସମ୍ପତ୍ତି) ସୁରକ୍ଷା ସଙ୍ଗେ ସଙ୍ଗେ ଶ୍ରୀଲିଙ୍ଗରାଜଙ୍କ ପୁନଃଦଖଲ ଭୋଗ ପାଇଁ ଉଦ୍ୟମରତ ବ୍ୟକ୍ତିଙ୍କୁ ନାନାଭବେ ନିର୍ଯ୍ୟାତିତ କରାଯାଉଛି । ଏପରିକି ପ୍ରାଣାଘତ ପର୍ଯ୍ୟନ୍ତ ଆଶଙ୍କାର ବାତାବରଣ ସୃଷ୍ଟି କରାଯାଉଛି । ଜବରଦଖଲକାରୀଙ୍କ ଏହି ଅମାନବୀୟ କାର୍ଯ୍ୟ ତ ନିନ୍ଦନୀୟ ନିଶ୍ଚୟ; କିନ୍ତୁ ସରକାରୀ କଳର ଭୀଷଣ ଦୁରୁପଯୋଗ କରାଯାଇ ଦେବସମ୍ପତ୍ତି କବ୍ଜାକାରୀଙ୍କୁ ନିରନ୍ତର ଓ ଦୃଢ଼ ସୁରକ୍ଷା ଯୋଗାଇ ଦିଆଯାଉଛି । ଉଚ୍ଚପଦାଧିକାରୀଙ୍କ ଛତ୍ରଛାୟାତଳେ ଏମାନଙ୍କୁ କେବଳ ସୁରକ୍ଷା ମିଳୁନାହିଁ, ପ୍ରୋତ୍ସାହନ ମଧ୍ୟ ମିଳୁଛି । ଏହାକୁ ଜନସାଧାରଙ୍କ ଦୃଷ୍ଟିକୁ ଆଣିବାକୁ ପ୍ରୟାସ ଭାବେ ଏହି ପ୍ରେସ୍ ସୂଚନା ଓ ସହଯୋଗର ନିବେଦନ ।ପ୍ରାମାଣିକ ଭାବେ ମାନ୍ୟବର ଦେବୋତ୍ତର କମିଶନର୍, ଓଡ଼ିଶା, ଭୁବନେଶ୍ୱରଙ୍କ ତା ୧୧.୦୧.୨୦୨୩ର ନ୍ୟାୟାଦେଶ ଆଧାରରେ କିଛି ସୂଚନା ରଖୁଛି । ଭୀଷ୍ମନରୟଣ ନୟକ (ନନ୍ଦକିଶୋର ନଗର, ଭୁବନେଶ୍ୱର), ମମତା ସମନ୍ତରାୟ (ଭୀମପୁର କଲୋନୀ, ଭୁବନେଶ୍ୱର) ଆଦିଙ୍କ ଅଭିଯୋଗକ୍ରମେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ବିଜେ ଭୁବନେଶ୍ୱରଙ୍କ ସିଡ୍ୟୁଲ୍ \”ଏ\’ ଅନ୍ତର୍ଗତ ସାବିକ୍ ଖାତା ୬୭ର ପ୍ଲଟ୍ ୧୯୩୫ ଅନ୍ତର୍ଗତ ଏ. ୧.୧୬୦ ଡେସିମିଲି୍ ଜାଗା (ମୌଜା-ଭୁବନେଶ୍ୱର ସହର, ୟୁନିଟ୍-୨୨, ଭୀମପୁର, ଜିଲ୍ଲା-ଖୋରଧା) ବେଆଇନ ଦଖଲ ହୋଇ ଦଖଲକାରୀମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି । ଜାଲ୍ କାଗଜପତ୍ର ଜରିଆରେ ସମୟକ୍ରମେ ଏହର କ୍ରୟ-ବିକ୍ରୟ ହୋଇ ଆଜି ଦିନରେ ବିଭିନ୍ନ ଲୋକଙ୍କ ଦଖଲରେ ଅଛି । ରାଜ୍ୟର ରାଜସ୍ୱ ପ୍ରଶାସନ ଦୃଷ୍ଟିକୁ ଆସିବା ପରେ (ଅଣାଯିବା ପରେ) ସଦସ୍ୟ, ରାଜସ୍ୱ ପରିଷଦ (ମେମ୍ବର, ବୋର୍ଡ଼ ଅଫ୍ ରେଭେନ୍ୟୁ, ଓଡ଼ିଶା, କଟକ) ଏହି ଜମି ସମ୍ପର୍କିତ ପଟ୍ଟାକୁ ଖାରଜ କରିଛନ୍ତି । ଏହା ସତ୍ତ୍ୱେ, ଜଣେ ପ୍ରଭାବଶାଳୀ ମହିଳା (ତାମିଲନାଡୁର ଅଣଓଡ଼ିଆ ଶ୍ରୀମତୀ କିରୁଥିକ ପି, ସ୍ୱାମୀ-ବି.ପ୍ରଭାକରନ) ଏହି ଭୂମି ଉପରେ ସ୍ଥାୟୀ ନିର୍ମାଣ କରି ଚାଲିଛନ୍ତି । ଏଥିରୁ ନିବୃତ୍ତ ରହିବାକୁ ତାଙ୍କୁ ଓ.ଏଚ୍.ଆର୍.ଇ. ଆକ୍ଟର ସେକ୍ସନ ୭ ଅନୁଯାୟୀ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ/ଆଦେଶକୁ କାର୍ଯ୍ୟକାରୀ ହେବାକୁ ନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଅର୍ଜି ଦାଖଲ ମାତ୍ର କରିଦେଇ ସମ୍ପୃକ୍ତ ଜମିରେ ଦୃତ ଗତିରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି ।ଜଙ୍ଗଲ ଓ ନିର୍ମାଣ ନିଷେଧ କରି ଦେବେତ୍ତର କମିଶନର୍ ଯେ ଅଦେଶ ଦେଇଛନ୍ତି ତାହା ବିରୁଦ୍ଧରେ ବା ତାହାକୁ ଅଗ୍ରାହ୍ୟ କରି ସମ୍ପୃକ୍ତ ବିବାଦୀୟ ଜମିରେ ନିର୍ମାଣ ଜାରି ରଖିବାକୁ ଉଚ୍ଚନ୍ୟାୟାଳୟ ମଧ୍ୟ କେଉଁଠାରେ ଆଦେଶ ବା ଅନୁମତି ଦେଇନାହାନ୍ତି । କେବଳ ଦେବୋତ୍ତର ଆୟୁକ୍ତଙ୍କ ଆଦେଶର ତୁରନ୍ତ କାର୍ଯ୍ୟକାରିତା ଉପରେ ଆପତ୍ତି (ଅପିଲ୍)କାରୀଙ୍କୁ ମହଲତ୍ ମାତ୍ର ଦେଇଛନ୍ତି । ପୁଣି ଉପସ୍ଥାପିତ କାଗଜାତ୍ରେ ଏହାର (ବିବାଦୀୟ ଜମିର) ମୂଳ ମାଲିକାନା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ବୋଲି ଲିଖିତ ଥିବାର ପ୍ରମାଣେ ଏହାହ ସିଡ୍ୟୁଲ \”ଏ\’ ଭୁକ୍ତ ଜମି ଅଟେ । ଏହା ମହାପ୍ରଭୁଙ୍କର ସେବା-ସୁବିଧା ପ୍ରଦାନକାରୀଙ୍କ ସର୍ତ୍ତଯୁକ୍ତ ଉପଭୋଗ ପାଇଁ ଉଦ୍ଦିଷ୍ଟ ଅଟେ । ଅତଏବ ଏହି ଭୂମି ଉପରେ ବିବାଦଯୁକ୍ତ ଭାବେ କୌଣସି ସ୍ଥାୟୀ ନିର୍ମାଣ ଶ୍ରୀମହାପ୍ରଭୁଙ୍କର କୌଣସି ସେବାରେ ଆସିବ ନାହିଁ । ମୋଟ୍ରେ ଦେବୋତ୍ତର ଆୟୁକ୍ତଙ୍କୁ ନିର୍ଣ୍ଣୟ ଶ୍ରୀ ମହାପ୍ରଭୁଙ୍କର ସପକ୍ଷରେ ଆସିଛି ।ଅତଏବ ଏହି ସ୍ଥିତିରେ କିଛି ଆଇନଗତ ଉଦାରତା ବା ଚାଲାକ୍ ପ୍ରୟୋଗ ଦ୍ୱାରା ଶ୍ରୀ ମହାପ୍ରଭୁଙ୍କର (ଏବଂ ବିଶେଷ ତଥା ବାସ୍ତବ ଅର୍ଥରେ ଶ୍ରୀ ମହାପ୍ରଭୁଙ୍କର ଭକ୍ତ-ଆଶ୍ରିତମାନଙ୍କର, ପୁଣି ମୋଟାମୋଟି ସର୍ବସାଧାରଣଙ୍କର) ସ୍ଥାବର ସମ୍ପତ୍ତିର ଅପହରଣ-ଦଖଲ-ମାଲିକାନା-ଅପବ୍ୟବହାରକୁ ସମସ୍ତ ସଚେତନ ଓ ବିଚାରବନ୍ତ ନାଗରିକ ବିରୋଧ କରିବା ଉଚିତ ଏବଂ ଆବଶ୍ୟକ । ପୁଣି ଏହି କାର୍ଯ୍ୟରେ ସମୟ ଓ ଶ୍ରମଦାତା ଭକ୍ତ ଶ୍ରଦ୍ଧାଳୁ ସ୍ୱେଚ୍ଛାସେବୀମାନଙ୍କୁ ସହଯୋଗ କରିବା ସଙ୍ଗେସଙ୍ଗେ ରାଜ୍ୟ ସରକାର ତଥା ସ୍ଥାନୀୟ ରାଜସ୍ୱ ତଥା ପୋଲିସ୍ ପ୍ରଶାସନ ନିକଟରେ ଦାବି ଜଣାଇ ଯଥା କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ।