ଦେବ ଆନନ୍ଦ-ଜିନତ ବି କରିଥିଲେ ହଲିଉଡ୍ ଫିଲ୍ମ
ଇରଫାନ ଖାନ, ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନଙ୍କ ପୂର୍ବରୁ ବଲିଉଡ୍ ଷ୍ଟାର୍ ଜିନତ ଅମାନ ଓ ଦିବଗଂତ ଅଭିନେତା ଦେବ ଆନନ୍ଦ ମଧ୍ୟ ହଲିଉଡ୍ ଫିଲ୍ମରେ ନଜର ଆସି ସାରିଛନ୍ତି। ତାଙ୍କ ଫିଲ୍ମର ନାମ ‘ଦ ଏଭିଲ୍ ୱିଦିନ୍’ ଥିଲା। ଇଣ୍ଡୋ-ଫିଲିପାଇନ୍ସ ଡ୍ରାମା ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମ ୧୯୭୦ରେ ରିଲିଜ୍ ହୋଇଥିଲା। ଏହି ସିନେମାର ନିର୍ଦେଶନା ଲାମ୍ବେର୍ଟୋ ଭି. ଆଭେଲ୍ଲାନା ଦେଇଥିଲେ।
ଏହି ଫିଲ୍ମରେ ଅନେକ ଲୋକପ୍ରିୟ ଭାରତୀୟ ଚେହେରା ବି ଅଭିନୟ କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ନାଥ, ଇଫ୍ତେଖାର, ଏମ୍ବି ଶେଟ୍ଟୀ ଓ ଜଗଦୀଶ ରାଜ ସାମିଲ୍ ଥିଲେ। ଆମେରିକାନ୍ ଟିଭି ସିରିଜ୍ ‘ପାସପୋର୍ଟ ଟୁ ଡେଞ୍ଜର’ଠାରୁ ମଧ୍ୟ ଅଧିକ ଲୋକପ୍ରିୟ ଏହି ‘ଦ ଏଭିଲ୍ ୱିଦିନ୍’ ସିନେମା ଜେମ୍ସ ବଣ୍ଡଙ୍କଠାରୁ ପ୍ରଭାବିତ ଏକ କ୍ରାଇମ୍ ଥ୍ରିଲର ଫିଲ୍ମ ଥିଲା। ଏହାର ବିତରଣ ୨୦ ସେଞ୍ଚୁରି ଫକ୍ସ କରିଥିଲା। ସେହି ସମୟରେ ଦେବ ଆନଦ ଓ ଜିନତଙ୍କ କେମେଷ୍ଟ୍ରୀର ଯାଦୁ ପରଦାରେ ଖୁବ୍ ଚାଲୁଥିଲା। କୁହାଯାଉଛି ୧୯୭୧ରେ ଫିଲ୍ମ ‘ହରେ ରାମା ହରେ କୃଷ୍ଣା’ର ସଫଳତା ପରେ ଜିନତଙ୍କୁ ପ୍ରେମ କରୁଥିବା ଦେବ ଆନନ୍ଦ ଅନୁଭବ କରିଥିଲେ। ଖବରକାଗଜ ଓ ପତ୍ରିକାରେ ତାଙ୍କ ସହିତ ଜିନତଙ୍କ ଯୋଡ଼ି ଖବର ପ୍ରକାଶ ପାଇଥିବା ଦେଖି ତାଙ୍କୁ ଖୁବ୍ ଭଲ ଲାଗୁଥିଲା। ସେ ଜିନତଙ୍କୁ ପ୍ରେମ ନିବେଦନ କରିବାକୁ ଚାହୁଥିଲେ, କିନ୍ତୁ ରାଜ କପୁରଙ୍କ ସହ ଜିନତଙ୍କ ନିକଟତର ହେବା ଦେଖି ସେ ପଛକୁ ହଟି ଯାଇଥିଲେ। ଦେବ ଆନନ୍ଦ ନିଜେ ଏକଥା ‘ରୋମାନ୍ସିଙ୍ଗ ଉଇଥ୍ ଲାଇଫ୍’ ପୁସ୍ତକରେ ଜିନତଙ୍କ ପାଇଁ କହିଛନ୍ତି।