ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର- ଚାଲିଯାଇଛି ବର୍ଷ ୨୦୧୯ ଏବେ ସମସ୍ତେ ବ୍ୟସ୍ତ ୨୦୨୦ କୁ ସ୍ୱାଗତ କରିବା ପାଇଁ ସବୁଆଡ଼େ ଉତ୍ସବ ମହୋଲ । ଉଦୟ ହୋଇସାରିଛି ପ୍ରଥମ ସୂର୍ଯ୍ୟ । ଆଉ ଏହି ନବବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ କରି ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ବୋଲି କହିଛନ୍ତି । ଆମେ ଆଶା କରୁଛୁ, ନୂତନ ବର୍ଷ ଭାରତକୁ ପରିବର୍ତ୍ତନ କରିବା ପାଇଁ ଲୋକଙ୍କୁ ସଶକ୍ତ କରିବ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ମଜବୁତ କରିବ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବବର୍ଷ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେବା ସହ ସମୃଦ୍ଧି ଆଣିଦେଉ ବୋଲି ଟ୍ୱିଟ୍ କରିଛନ୍ତି । ଓଡ଼ିଶା ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜ୍ଝ ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାକୃତି ମାଧ୍ୟମରେ ନବବର୍ଷର ଶୁଭକାମନା ଜଣାଇଛନ୍ତି ଜ୍ଝ


