ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ, (ଯୁଗାବ୍ଦ ନ୍ୟୁଜ) ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବ ୭୩ତମ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ସହ ରକ୍ଷାବନ୍ଧନ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ସମୁଦ୍ର ବେଳାଭୂମିର ନିକଟରେ ବାଲିପାଟଣାସ୍ଥିତ ଲାଇଟ ହାଉସଠାରେ ଏକ ବାଲୁକା ଶିଳ୍ପ ଅଙ୍କନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୫ଟନ ବାଲିର ବ୍ୟବହାରରେ ୧୫ ଫୁଟ ଓସାର ବିଶିଷ୍ଟ ଏହି ତ୍ରିକୋଣୀୟ ବାଲୁକା ଶିଳ୍ପଟି ଅଙ୍କନ କରିବାକୁ ମାନସଙ୍କୁ ୫ଘଣ୍ଟା ସମୟ ଲାଗିଥିଲା । ସୁଚନାଯୋଗ୍ୟ ବାଲୁକା ଶିଳ୍ପୀ ମାନସ ସାହୁ ବିଶ୍ୱସ୍ତରରେ ପାଖାପାଖି ୧୬ଥର ଚାମ୍ପିଅନ ହେବାସହ ବିଶ୍ୱସ୍ତରରେ ଭାରତ ପାଇଁ ବିଭିନ୍ନ ପୁରସ୍କରା ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ