ଦେଶବ୍ୟାପି ଅନ୍ଲାଇନ୍ରେ ଇଣ୍ଡିଆ ଫ୍ୟାକ୍ଟ କୁଇଜ୍-୨୦୨୦ ଶୁଭାରମ୍ଭ
ଦେଶବ୍ୟାପି ଅନ୍ ଲାଇନ୍ରେ ଇଣ୍ଡିଆ ଫ୍ୟାକ୍ଟ କୁଇଜ୍-୨୦୨୦ ଆରମ୍ଭ ହୋଇଛି । ପ୍ରଥମକରି ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଡିଜିଟାଲ କୁଇଜ୍ ଚାମ୍ପିୟନଶିପ୍ ଏବଂ ଟିଭି ଶୋ ଆରମ୍ଭ ହୋଇଥିବାବେଳେ ଏହାର ଏଂଟ୍ରି ଏବେ ଜାରି ରହିଛି । ଏଥିରେ ୧୭ରୁ୨୫ ବର୍ଷ ବୟସ୍କ ଯୁବବର୍ଗ ଅଂଶ ଗ୍ରହଣ କରିପାରିବେ । ଏହାର ପ୍ରିଲିମିନାରୀ ରାଉଣ୍ଡ ୱେବ୍ ସାଇଟ୍ www.indiafactquiz.com ରେ ଉପଲବ୍ଧ ହେଉଛି । ଏହାପରେ ଏକ ରିଜିଓନାଲ ଫାଇନାଲ୍ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଏବଂ ଲକ୍ଷ୍ନୌରେ ଅନୁଷ୍ଠିତ ହେବ । ଶେଷରେ ଜାତୀୟସ୍ତରୀୟ ଫାଇନାଲ ନୂଆଦିଲ୍ଲୀରେ ୨୦୨୦ ଏପ୍ରିଲ୍ରେ ଅନୁଷ୍ଠିତ ହେବ । ବିଜେତାଙ୍କୁ ୨୦ ଲକ୍ଷ ଟଙ୍କାର ଟେକ୍ ହାମ୍ପର ପୁରସ୍କାର ଭାବେ ପ୍ରଦାନ କରାଯିବ ଏବଂ ତାଙ୍କୁ ଭାରତର ପ୍ରଥମ ଫ୍ୟାକ୍ଟ କୁଇଜାର୍ଡ ଟାଇଟଲରେ ସମ୍ମାନୀତ କରାଯିବ । ଇଣ୍ଡିଆ ଫ୍ୟାକ୍ଟ କୁଇଜ୍ରେ ସାମାଜିକ ତଥା ବିକାଶ ସମ୍ପର୍କିତ ବିଷୟ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ, ଜଳବାୟୁ, ପରିବେଶ ଏବଂ ଜୀବନଜୀବିକା ଆଦି ବିଷୟକୁ ପ୍ରାଧାନ୍ୟ ଦିଆଯିବ । ପ୍ରତିଯୋଗୀ ଏସବୁ ବିଷୟ ଉପରେୀ ନିଜର ଜ୍ଞାନ ତଥା ସଚେତନତାର ପରିଚୟ ଦେବେ । ପ୍ରତି ପ୍ରଶ୍ନ ସହିତ ପ୍ରତିଯୋଗୀଙ୍କ ଜ୍ଞାନର ବିକାଶ ମଧ୍ୟ ହୋଇପାରିବ । ଇଣ୍ଡିଆ ଫ୍ୟାକ୍ଟ କୁଇଜ୍-୨୦୨୦ ଦୁଇ ଭାଗରେ ବିଭକ୍ତ ହୋଇଛି । ପ୍ରଥମଟି ଅନ୍ଲାଇନ୍ କୁଇଜ୍ । ଏହା ସମସ୍ତଙ୍କ ପାଇଁ ଭାରତରେ ଏକମାସ ଲାଗି ଉଦ୍ଦିଷ୍ଟ । ଏଥିରେ ୧୭ରୁ ୨୫ ବର୍ଷ ବୟସ୍କ ଯୁବବର୍ଗ ଅଂଶଗ୍ରହଣ କରିପାରିବେ । ଅନ୍ ଲାଇନ୍ କୁଇଜ୍ ଦ୍ୱାରା ଭାରତ ବ୍ୟାପି ୧୬ ଜଣ ପ୍ରତିଯୋଗୀଙ୍କୁ ଗ୍ରାଉଣ୍ଡ ରିଜିଓନାଲ୍ ଫାଇନାଲ୍ ପାଇଁ ଚୟନ କରାଯିବ । ଏହା ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଏବଂ ଲକ୍ଷ୍ନୌ ଆଦି ୪ଟି ସହରରେ ଅନୁଷ୍ଠିତ ହେବ ।
୪ଜଣ ରିଜିଓନାଲ ବିଜେତା ନୂଆଦିଲ୍ଲୀର ଜାତୀୟସ୍ତରୀୟ ଫାଇନାଲରେ ଭାରତ ପ୍ରଥମ ଫ୍ୟାକ୍ଟ କୁଇଜାର୍ଡରେ ଅଂଶଗ୍ରହଣ କରିବେ ।
ଇଣ୍ଡିଆ ଫ୍ୟାକ୍ଟ୍ କୁଇଜ୍-୨୦୨୦ର ରିଜିଓନାଲ ଫାଇନାଲ୍ ଏବଂ ଜାତୀୟସ୍ତରୀୟ ଫାଇନାଲ ଟେଲିଭିଜନରେ ପ୍ରସାରିତ ହେବ ।
ବିଜେତାଙ୍କୁ ୨୦ ଲକ୍ଷ ଟଙ୍କା ଟେକ୍ ହାମ୍ପର ପୁରସ୍କାର ଭାବେ ପ୍ରଦାନ କରାଯିବ । ଏହା ମଧ୍ୟରେ ଲ୍ୟାପଟପ୍, ଟ୍ୟାବଲେଟ୍, ହେଡ୍ ଫୋନ୍, ପ୍ରିଂଟର, ସ୍ମାର୍ଟୱାଚ୍, ସ୍ମାର୍ଟ ସ୍ପିକର ଆଦି ରହିଛି । ସମସ୍ତ ଅନ୍ଲାଇନ୍ ପ୍ରତିଯୋଗୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ଏବ ଂଅଧିକ ସ୍କୋରକାରୀଙ୍କୁ ଇଣ୍ଡିଆ ଫ୍ୟାକ୍ଟ୍ କୁଇଜ୍ ‘ହଲ୍ ଅଫ୍ ଫେମ୍’ ଭାବେ ଅଭିହିତ କରାଯିବ ।