ଦେଶବ୍ୟାପୀ ଧର୍ମଘଟ ଜୟପୁରରେ ସଫଳ

ଜୟପୁର,(ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାର ଙ୍କ ଶ୍ରମିକ ,କୃଷକ ଓ ଜନ ବିରୋଧି ନୀତି ବିରୁଦ୍ଧରେ ଦେଶବ୍ୟାପୀ ଧର୍ମଘଟ ର ପ୍ରଭାବ ଜୟପୁର ରେ ମଧ୍ୟ ଦେଖିବାକୁ ମିଳିଛି । ଜୟପୁର ଦେଇଯାଇଥିବା ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟର କେନ୍ଦ୍ର ଡ୍ରେଟ ୟୁନିୟନ ସମୁହର ସଜସ୍ୟ ମାନେ ରାସ୍ତା ଅବରୋଧ କରି କେନ୍ଦ୍ର ସରକାର ବିରୋଦ୍ଧରେ ବିରୋଧି ସ୍ଲୋଗାନ ଦେଇଥିଲେ । ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟ ସହ ସହ ଗାଡି ଟ୍ରକ ଅଟକି ରହିଥିଲା । ସହରରେ କାଁ ଭାଁ ବାଇକ , ଅଟୋ ଚଳା ଚଳ କରୁଥିଲେ ମଧ୍ୟ ଦୋକାନ, ବଜାର ସରକାରୀ କାଯ୍ୟାଳୟ ବନ୍ଦ ରହିଥିଲା । ଏହି ବନ୍ଦ କୁ ୧୦ ରୁ ଅଧିକ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ବାମ ପନ୍ଥିଦଳ, କୋରାପୁଟ ଜିଲା କଂଗ୍ରେସ କମିଟି ପ୍ରମୁଖ ସମର୍ଥନ ଜଣାଇଥିଲେ । ଜୟପୁର ରେ କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଭିକ୍ଷୋଭ ଶୋଭାଯାତ୍ରା ବାହାରିଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡାକରାରେ ଏଙି ବିକ୍ଷୋଭ ଶୋଭାଯାତ୍ରା ଜୟପୁର ସହରରେ ବାହାରିଥିଲା । କୃଷି ବିଲ୍ ୨୦୨୦ ରଦ୍ଧ ଓ କୃଷକଙ୍କୁ ଉଚିତ ନ୍ୟାୟ ଓ ସମ୍ମାନ ଦବା ଦାବୀରେ ଦେଶ ବ୍ୟାପି ହରତାଳ ଚାଲିଥିବା ବେଳେ ଏହାର ପ୍ରଭାବ ମଧ୍ୟ ଜୟପୁର ସହରରେ ଦେଖିବାକୁ ମିଳିଛି । ଚାଷି ମାନେ ବ୍ୟାନର ଧରି କେନ୍ଦ୍ର ବିରୋଧି ସ୍ଲୋଗାନ ଦେଇ ଶୋଭାଯାତ୍ରା ବାହାରିଥିଲା । ସବ ଭାରତିୟ ଟ୍ରେଡ ୟୁନିୟର ବନ୍ଦ ଡାକରାକୁ ସମର୍ଥନ ଦେଇଛି କୋରାପୁଟ ଜିଲା କଂଗ୍ରେସ କମିଟି । ଏନେଇ ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ସମ୍ମୁଖରେ ଧାରଣା ଦେଇଥିଲେ କଂଗ୍ରେସ କର୍ମି ଓ ନେତା । କେନ୍ଦ୍ର ସରକାର ଙ୍କ କୃଷି ଓ ଏବଂ ଶ୍ରମିକ ମାରଣା ନିତି ବିରୁଦ୍ଧରେ ସମସ୍ତ କେନ୍ଦ୍ରୀୟ ସଂଗଠନ ମାନଙ୍କର ମିଳିତ ଆହ୍ୱାନରେ ଦିଆଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ଧାରଣା ରେ ବସିଛି । ଏହି ଧାରଣା ରେ ନିହାର ବିଷୋୟି, ମହିଳା ଜିଲା ସଭାନେତ୍ରୀ ନଳିନି ରଥ, ହସନ ମଦାନି, ଦୁର୍ଗା ସର୍ମା ପ୍ରମୁଖ ଧାରଣା ଦେଇଛନ୍ତି । କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାଯ୍ୟାଳୟ ସମ୍ମୁଖରେ ବ୍ୟାଙ୍କ କର୍ମଚାରି ଆସୋସିଏସନ ତରଫରୁ ବିକ୍ଷୋଭ କରିଛନ୍ତି । ୭ ଦଫା ଦାବୀରେ ଏହି ବିକ୍ଷୋଭ କରାଯାଇଛି । ଏହି ଧାରଣା ରେ କର୍ମଚାରି ଆସୋସିଏସନର ସଭାପତି ଦିଗାମ୍ବାର ନାୟକ, ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ, ସାମ୍ପାଦକ ମନୋଜ କୁମାର ଦାସ, କାଯ୍ୟକାରି ସଭାପତି ବିଦ୍ୟା ଧର ପ୍ରଧାନ, ଉପ ସଭାପତି ଅଶୋକ ରଥ କୋଷାଧ୍ୟକ୍ଷ ଗୋଲକ ବିହାରି ପାଇକରାୟ ଙ୍କ ନେତୃତ୍ୱରେ ଅବିଭକ୍ତ କୋରାପୁଟ ଜିଲାର ୨୪ଟି ଶାଖା ବ୍ୟାଙ୍କ ର ୧୧୦ କର୍ମଚାର ଙ୍କୁ ନେଇ ୭ ଦଫା ଦାବୀରେ ସବ୍ ଭାରତିୟ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି . ଏହି ଦାବୀ କୁ ପୁରଣ କରାନଗଲେ ଆଗା ଦିନରେ ଅବିଭକ୍ତ କୋରାପୁଟ ଜିଲାର ସମସ୍ତ ବ୍ୟାଙ୍କ ଓ ଲ୍ୟମ୍ପ କାଯ୍ୟକ୍ରମ ଠପ କରାଯିବ । ଏଥି ପାଇଁ ଯେଉଁ କ୍ଷତି ହେବ ସରକାର ଓ ବିଭାଗୀୟ ଅଧିକାରି ମାନ୍ ଦାୟୀ ରହିବେ । ସବୁ ଶାଖା ବ୍ୟାଙ୍କ ଆଗେର ଧାରଣା ଜାରି ରହିଛି । ସମୁହ କେନ୍ଦ୍ରୀୟ ୟୁନିୟନ ପ୍ରମୋଦ ମହାନ୍ତି, ଯୁଧିଷ୍ଠିର ରାଉଳ ପ୍ରମୁଖ ନେତୃ୍‌ତ୍ୱ ନେଇ ବନ୍ଦ କୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ