ଦେଶବ୍ୟାପୀ ସଂପ୍ରସାରିତ ପିସିଭି ଟିକା ଉଦଘାଟିତ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଆଜାଦୀ କା ଅମୃତ ମହୋତ୍ସବ ଅଂଶାନୁଶେଷ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭୀୟଦେଶବ୍ୟାପୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକାଲକଞ୍ଜୁମେଟଭ୍ୟାକସିନକୁ (ପିସିଭି)ଦେଶବ୍ୟାପୀ ଆଜି ଶୁଭାରମ୍ଭ କରିଛନ୍ତି । ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ପିସିଭି ଉପରେ ଯୋଗାଯୋଗ ପ୍ୟାକେଜ ସାମଗ୍ରୀ ମଧ୍ୟ ଉନ୍ମୋଚନ କରିଛନ୍ତି । ଭବିଷ୍ୟତ ଉପକାରୀତା ଦୃଷ୍ଟିରୁ ଏହି ଯୋଗାଯୋଗ ପ୍ୟାକେଜକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ମଧ୍ୟ ଉପଯୋଗ କରିବେ । ଏହି ଦେଶବ୍ୟାପୀ ଅଭିଯାନ ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାର୍ବଜନୀନ ବ୍ୟବହାର ନିମନ୍ତେ ପ୍ରଥମ ଥର ପାଇଁ ପିସିଭି ଦେଶରେ ଉପଲବ୍ଧ ହେବ । ସମଗ୍ର ବିଶ୍ୱ ଓ ଭାରତରେ ନିମୋନିଆ ପାଞ୍ଚ ବର୍ଷରୁ କମ ବୟସ ଶିଶୁଙ୍କ ପ୍ରମୁଖ ମୃତ୍ୟୁର କାରଣ ଅଟେ । ନ୍ୟୁମୋକୋକସ ଯୋଗୁଁ ବ୍ୟାପୁଥିବା ନିମୋନିଆ ଶିଶୁମାନଙ୍କଠାରେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଭାରତରେ ଶତକଡା ୧୬ ଭାଗ ଶିଶୁ ମୃତ୍ୟୁ ନିମୋନିଆ ଯୋଗୁଁ ହୋଇଥାଏ । ଦେଶବ୍ୟାପୀ ଏହି ପିସିଭି ଯୋଗୁଁ ଶିଶୁ ମୃତ୍ୟୁହାର ଶତକଡା ୬୦ ଭାଗ ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଯେ କୌଣସି ଦେଶର ଅଭିବୃଦ୍ଧି, ଉତ୍ପାଦକତା ଓ ବିକାଶରେ ସ୍ୱାସ୍ଥ୍ୟ ଶିଶୁଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଲେ ଯେ, “ଶିଶୁମାନେ ଆମ ଦେଶର ଭବିଷ୍ୟତ ଓ ସେମାନଙ୍କୁ ସୁସ୍ଥ ଜୀବନ ଦେବା ଆମର ଦାୟୀତ୍ୱ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନଇନ୍ଦ୍ରଧନୁଶ ମଧ୍ୟ ଥିଲା ଏହିଭଳି ଏକ ପ୍ରୟାସ । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ “ସବକୋଭ୍ୟାକସିନ, ମୁଫତଭ୍ୟାକସିନ” ଦେଶବ୍ୟାପୀ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ । ପିସିଭି ଆରମ୍ଭ କରିବା ଯୋଗୁଁ ଶିଶୁ ମୃତ୍ୟୁହାର ହ୍ରାସ ସହ ଶିଶୁଙ୍କ ସ୍ୱାସ୍ଥ୍ୟର ଅଭିବୃଦ୍ଧି ମଧ୍ୟ ଘଟିବ । ଜୀବନ ରକ୍ଷାକାରୀ ଟିକା ଅଭିଯାନ ଚଳାଇବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଟିକାଦାନକାରୀମାନଙ୍କୁ ଶ୍ରୀ ମାଣ୍ଡଭୀୟ ଅଭିନନ୍ଦନ ଜଣାଇଥିଲେ । ଟିକାର ଜନସେଚନତାମୂଳକ ଯୋଗାଯୋଗ ପ୍ୟାକେଜ ସାମଗ୍ରୀ ଉନ୍ମୋଚନ କରି ମାଣ୍ଡଭୀୟ ଜନସଚେନତା ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଥିଲେ । ଆମର ଶିଶୁମାନଙ୍କ ଜୀବନ ରକ୍ଷା କରିବା ଏହି ଟିକାର ମୁଖ୍ୟ ଉଦ୍ଦେଶ୍ୟ ଥିବାରୁ ସଫଳ ଜନସଚେତନତା ଅଭିଯାନ ଏ ଦିଗରେ ବେଶ ଉପାଦେୟ ହେବ ବୋଲି ସେ କହିଛନ୍ତି । ୟୁପିଆଇ ସମ୍ପର୍କରେ ପଦେ ଅଧେସାର୍ବଜନୀନ ଟିକାକରଣକାର୍ଯ୍ୟକମ (ୟୁପିଆଇ)ଏକ ବୃହତଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । ଏହା ବର୍ଷକୁ ୨୬.୭ ନିୟୁତ ନବଜାତକ ଓ ୨୯ ନିୟୁତ ଗର୍ଭବତୀ ମହିଳାଙ୍କୁ ବର୍ଷକୁ ଟିକାଦାନ କରିବ । ଟିକା ଦ୍ୱାରା ଆରୋଗ୍ୟ ହୋଇପାରୁଥିବା ୧୨ଟି ଟିକା ବିନା ମୂଲ୍ୟରେ ପ୍ରଦାନ କରାଯାଇଛି । ଜାତୟ ସ୍ତରରେ ୧୦ଟି ରୋଗ ଯଥା – ଡିପଥେରିଆ, ପର୍ଟୁସିସ, ଧନୁଷ୍ଟଙ୍କାର, ପୋଲିଓ, ମିଳିମିଳା, ରୁବେଲା, ଭୟଙ୍କର ପ୍ରଜାତି ଶିଶୁ ଯକ୍ଷ୍ମା, ରୋଟା ଭାଇରସନାଳରକ୍ତ ଝାଡା, ହେପାଟାଇଟିସି ବି ଓ ମସ୍ତିଷ୍କ ଜ୍ୱର ଓ ହେମୋଫିଲସଇନଫୁ ଏଞ୍ଜାଦ୍ୱାରା ବ୍ୟାପୁଥିବା ନିମୋନିଆ । ଆଉ ଦୁଇଟି ରୋଗ ହେଲା ନ୍ୟୁମୋକୋକାଲ ନିମୋନିଆ ଓ ଜାପାନୀ ମସ୍ତିଷ୍କ ଜ୍ୱର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଭିରିକ୍ତ ସଚିବ ଶ୍ରୀ ବିକାଶ ସିଲ, ଯୁଗ୍ମ ସଚିବ ଅଶୋକ ବାବୁ ଓ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।