ଦେଶମାତୃକା ପାଇଁ ଶହୀଦ ଦିବାକର ପରିଡ଼ାଙ୍କ ଅବଦାନ ଅତୁଳନୀୟ ସାରସ୍ୱତ ପ୍ରତିଭାଧାରୀଙ୍କୁ ଶହୀଦ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ, ଆମେ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ରଣପୁର ପ୍ରଜା ଆନ୍ଦୋଳନରେ ଭାଗ ନେଇ ଶହୀଦ ହୋଇଥିବା ଦିବାକର ପରିଡ଼ାଙ୍କ ୧୧୨ତମ ଜୟନ୍ତୀ ସ୍ଥାନୀୟ ୟୁନିଟ୍-୯ସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦୀ ସଂସ୍କୃତି । ଶହୀଦ ଦିବାକର ପରିଡ଼ା ଥିଲେ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଏବଂ ମା’, ମାଟି, ମାତୃଭାଷା ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ମହାନ୍ ବିପ୍ଳବୀ, ସଂଗ୍ରାମୀ ତଥା ଦେଶ ମାତୃକା ପାଇଁ ତାଙ୍କ ଆତ୍ମ ବଳିଦାନ ଥିଲା ଅତୁଳନୀୟ । ସମ୍ମାନିତ ଅତିଥି ଭାବେ ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ଅଭୟ ବଡ଼ଜେନା, ପ୍ରଫେସର ବାମନ ପରିଡ଼ା, ନିତ୍ୟ ନିରଞ୍ଜନ ପଣ୍ଡା, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ମନୋରଞ୍ଜନ ମହାନ୍ତି, ସଞ୍ଜୟ ପରିଡ଼ା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତିଚାରଣ କରିବା ସହିତ ବୀରତ୍ୱର ପ୍ରତୀକ ପାଇକ ଆଖଡ଼ା ନୃତ୍ୟ ନିର୍ଦ୍ଦେଶକ କବିରାଜ ପ୍ରଧାନଙ୍କ ନେତୃତ୍ୱରେ ପରିବେଷଣ କରାଯାଇଥିଲା, ଯାହାକି ବେଶ୍ ଭାବବିହ୍ୱଳ ପରିବେଶ ପ୍ରତିଭାଧାରୀ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା, ଦିବ୍ୟାଙ୍ଗ ସମାଜସେବିକା ନର୍ମଦା ବେହେରା, ବାମନ ପରିଡ଼ା, ଲକ୍ଷ୍ମୀଧର ବେହେରାଙ୍କୁ ଶହୀଦ ଦିବାକର ପରିଡ଼ା ସ୍ମୃତି ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନାରାୟଣ ଖୁଣ୍ଟିଆ, ସୁରେନ୍ଦ୍ର କୁମାର ସାହୁ, ନରେନ୍ ସାହୁ ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


