ଦେଶମାତୃକା ପାଇଁ ସମସ୍ତେ ଆଗେଇ ଆସନ୍ତୁ: ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପବିତ୍ର ସ୍ୱାଧୀନତା ଦିବସର ୭୫ତମ ବର୍ଷ ପୂର୍ତି ଅବସରରେ ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ଶହୀଦ୍ ହୋଇଥିବା ଯୁବ ବିପ୍ଳବୀ ମା’ ମାଟି ମାତୃଭାଷା ପ୍ରାଣ ଶହୀଦ୍ ରଘୁ-ଦିବାକରଙ୍କର ୟୁନିଟ୍‌-୯ସ୍ଥିତ ପ୍ରତିମୂର୍ତିଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ମହାପୁରୁଷ ତଥା ଦେଶମାତୃକା ପାଇଁ ଯେଉଁମାନେ ଆତ୍ମବଳୀ ଦେଇଛନ୍ତି ସଦା ସେ ଆମର ଚିର ନମସ୍ୟ । ଆଜିର ଯୁବପୀଢ଼ୀ ଦେଶମାତୃକାର ସୁରକ୍ଷା, ପୂଜ୍ୟମାନଙ୍କୁ ଆଦର୍ଶରେ ଅନୁପ୍ରାଣିତ ହେବା, ଦେଶପ୍ରଗତିରେ ନିଜ ନିଜର ଯୋଗଦାନ ଦିଅନ୍ତୁ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖ୍ୟପାତ୍ର ତଥା ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ବିଶିଷ୍ଟ ଭାଷାଯୋଦ୍ଧା ପୂଜ୍ୟପୂଜା ପ୍ରାଣ ନବକିଶୋର ପ୍ରଧାନ, ସମାଜସେବୀ ନାରାୟଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ