ଦେଶରେ ଆଜି ୨,୧୭,୩୫୩ ପଜିଟିଭ୍, ୧୧୮୫ ମୃତ
ନୂଆଦିଲ୍ଲୀ (ୱାଇଏନ୍ଏସ୍): ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮୫ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୧୮୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ହଜାର ୯୧୭ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୪ ହଜାର ୩୦୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୨୫ ଲକ୍ଷ ୪୭ ହଜାର ୮୬୬ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୫୬୯୭୪୩।