ଦେଶରେ ଆଜି ୩୫,୧୭୮ କରୋନା ପଜିଟିଭ ଚିହ୍ନଟ, ୪୪୦ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିମ୍ନ ସ୍ତରକୁ ଯାଉଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ଟିକେ ଅଧିକ ରହିଛି ଓ ମୃତ୍ୟୁସଂଖ୍ୟା ୪୦୦ଟପିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୨,୮୫,୮୫୭ ଓ ମୃତ୍ୟୁସଂଖ୍ୟା ୪,୩୨,୫୧୯ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୧୬୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୪,୮୫,୯୨୩ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୫୫,୦୫,୦୭୫ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୬,୦୬,୫୨,୦୩୦ଜଣଙ୍କୁ ଟିକା ଦିଆଯାଇସାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ