ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୯୦କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ ଉଦ୍‌ବେଗଜନକ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପି ଥିବାବେଳେ ମୃତ୍ୟସଂଖ୍ୟା ୫୯୦କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି ୧୪ ହଜାର ୭୫୯ଜଣ । କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୩୨୫୨ଜଣ । ମହରାଷ୍ଟ୍ରରେ ସର୍ବାଧିକ ୨୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭୪, ଗୁଜୁରାଟରେ ୬୭, ଦିଲ୍ଲୀରେ ୪୫5, ତେଲେଙ୍ଗାନାରେ ୨୧, ଆନ୍ଧ୍ରପ୍ରଦେଶରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ