ଦେଶରେ କରୋନା ରୋଗୀଙ୍କ ସୁସ୍ଥ ମାତ୍ରା ୪୦.୩୨ପ୍ରତିଶତ
ପର୍ଜ୍ୟୟକ୍ରମିକ, ପ୍ରାକ୍ ପ୍ରସ୍ତୁତି ତଥା ଏକ ସକାରାତ୍ମକ କାର୍ଜ୍ୟନୁଷ୍ଠାନ ବଳରେ ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ସହ ମିଲି କୋଭିଡ଼ ୧୯କୁ ପ୍ରତିହତ, ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସକାଶେ ଅନେକ ଗୁଡ଼ିଏ କାର୍ଜ୍ୟପନ୍ଥା ଗ୍ରହଣ କରିଛନ୍ତି । ତାହାକୁ ନିୟମିଜ ଭାବେ ଉଚ୍ଚ ସ୍ତରରେ ସମୀକ୍ଷା ତଥା ମନିଟର କରାଯାଇ ଆସୁଛି ଏବେସୁଦ୍ଧା ଦେଶରେ ମୋଟ ୪୫,୨୯୯ ଜଣ କୋଭିଡ଼ ୧୯ ଆକ୍ରାନ୍ତ ଚିକିତ୍ସା ଦ୍ୱାରା ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩,୦୦୨ ଜଣ କୋଭିଡ଼ ୧୯ ରୋଗୀ ସୁସ୍ଥ ହୋଇଥିବା ଜଣା ପଡ଼ିଛି । ଦେଶରେ କରୋନା ରୋଗୀଙ୍କ ସୁସ୍ଥ ମାତ୍ରା ୪୦.୩୨%କୁ ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ମୋଟ ୬୩,୬୨୪ଟି ସକ୍ରିୟ କୋଭିଡ଼ କେଶ୍ ରହିଛି । ସେହିସବୁ ରୋଗୀଙ୍କୁ ଉପଯୁକ୍ତ ମେଡ଼ିକାଲ ସୁପରଭିଜନ ମଧ୍ୟରେ ରଖାଯାଇଛି । ସକ୍ରିୟ କେଶମାନଙ୍କ ମଧ୍ୟରୁ କେବଳ ପାଖାପାଖି ୨.୯୪% ରୋଗୀ ଆଇସିୟୁରେ ରହିଛନ୍ତି । ଭାରତରେ କୋଭିଡ଼ ୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ୩.୦୬ ଯାହାକି ବୈଶ୍ୱିକ ଦୃଶ୍ୟପଟ୍ଟର ମୃତ୍ୟୁହାର (୬.୬୫%) ଠାରୁ ଢ଼େର୍ କମ୍ । ଏହା ଆମର ଏହି ବୈଶ୍ୱିକ ମହାମାରୀ ବିରୋଧରେ ସମୟୋଚିତ ଚିହ୍ନଟ ଅଭିଯାନ ଏବଂ କେଶଗୁଡ଼ିକର ଉପଯୁକ୍ତ କ୍ଲିନିକାଲ୍ ପରିଚାଳନାକୁ ପ୍ରମାଣିତ କରେ । ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ମୋଟ ମୃତକଙ୍କ ମଧ୍ୟରୁ ୬୪% ପୁରୁଷ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬% ମହିଳା ରୋଗୀଙ୍କ ବିୟୋଗ ଘଟିଛି । ଏହାର ବ୍ୟାପ୍ତିକୁ ବିଚାର କଲେ ବୁଝାପଡ଼େ ଯେ ୧୫ ବର୍ଷରୁ କମ୍ ଆୟୁର ମାତ୍ର ୦.୫% ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୫-୩୦ ବର୍ଷ ଆୟୁସୀମା ଭିତରେ ୨.୫% ରୋଗୀ ; ୩୦- ୪୫ ଆୟୁସୀମା ଭିତରେ ୧୧.୪% ରୋଗୀ, ୪୫-୬୦ ବର୍ଷ ମଧ୍ୟରେ ୩୫.୧% ରୋଗୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସର ୫୦.୫% ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି ୭୩% ମୃତ୍ୟୁ କୋ ମର୍ବିଡ଼ିଟି ଯୋଗୁ ଘଟିଛି । ୬୦ ବର୍ଷରୁ ଅଧିକ ବୟସର ରୋଗୀ ଯେଉଁମାନଙ୍କର କି ଅନ୍ୟାନ୍ୟ ରୋଗ ରହିଛି ସେମାନେ କୋଭିଡ଼-୧୯ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ । ତେଣୁ ଗୋଷ୍ଠୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ କୋଭିଡ଼ ୧୯ ସଂପର୍କୀତ ସତର୍କତାମୂଳକ ପଦକ୍ଷେପ ଓ ଆଚରଣକୁ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସଚେତନତା ବିନା ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ । ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା, ହାତକୁ ବାରମ୍ବାର ଉତ୍ତମ ରୂପେ ଧୋଇବା ଏବଂ ନିଃଶ୍ୱାସପ୍ରଶ୍ୱାସ ଜନିତ ସୌଜନ୍ୟରକ୍ଷା ତଥା ପରିବେଶର ପରିମଳ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ । ସର୍ବସାଧାରଣ ସ୍ଥାନରେ ମୁହଁକୁ ଘୋଡ଼ାଇ ରଖିବା ଓ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ରକ୍ଷା ମଧ୍ୟ ଅନୁରୂପ ଭାବେ ଗୁରୁତ୍ୱପୂର୍ଣ୍ଣ ଓ ଏହାକୁ ପାଳନ କରାଯିବା ଆବଶ୍ୟକ । ବିଶାଳ ଜନ ସମାଗମକୁ ଏଡ଼ାଯିବା ଦରକାର । ଯେଉଁ ଲୋକମାନେ ଅଧିକ ରିସ୍କ ଗୋଷ୍ଠୀର ସେମାନେ ଅତି ଆବଶ୍ୟକ ନଥିଲେ କିମ୍ବା ଚିକିତ୍ସା ଜନିତ କାର୍ଜ୍ୟ ବ୍ୟତିରେକ ସଦାବେଳେ ଘରେ ରହିବା ଉଚିତ ।


